Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୟୁଏଇରେ ହୋଇପାରେ ଭାରତ-ଦକ୍ଷିଣ ଆଫି୍ରକା ଟି-୨୦ ସିରିଜ

    Share on :
    ajab-Image
    Date: Jul 23, 2020    Views: 3128

    ନୂଆଦିଲ୍ଲୀ: ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ୟୁନାଇଟେଡ ଆରବ ଏମିରେଟସ (ୟୁଏଇ) ରେ ଆଇପିଏଲ ଖେଳାଯିବ ବୋଲି ସ୍ଥିର ହୋଇଛି । ତେବେ ଆଇପିଏଲର ତାରିଖକୁ ନେଇ ଟିଭି ପ୍ରସାରଣ ଅଧିକାର ପାଇଥିବା ଷ୍ଟାର ସ୍ପୋର୍ଟସ ଖୁସି ନାହିଁ । ଏହା ନଭେମ୍ବର ୮ ବଦଳରେ ୧୫ ରେ ଆଇପିଏଲ ସାରିବାକୁ ଚାହୁଁଛି । ଫଳରେ ଦୀପାବଳି ସପ୍ତାହରେ ଏହା ବିଜ୍ଞାପନରୁ ଅଧିକ ରାଜସ୍ୱ ଆୟ କରିପାରିବ । ତେବେ ଆଇପିଏଲ ତାରିଖ ଘୁଞ୍ଚାଇବାକୁ ବିସିସିଆଇ ପ୍ରସ୍ତୁତ ନୁହେଁ । ତେଣୁ ଷ୍ଟାର ସ୍ପୋର୍ଟସକୁ ସନ୍ତୁଷ୍ଟ କରିବା ପାଇଁ ଏହା ନିକଟରେ ବିସିସିଆଇ ଏକ ପ୍ରସ୍ତାବ ରଖିଛି । ଆଇପିଏଲ ପୂର୍ବରୁ ୟୁଏଇରେ ଦକ୍ଷିଣ ଆଫି୍ରକା ଓ ଭାରତ ମଧ୍ୟରେ ଏକ ୩ ମ୍ୟାଚର ଟ୍ୱେଣ୍ଟି ୨୦ ସିରିଜ ଆୟୋଜନ ପାଇଁ ବିସିସିଆଇ ଯୋଜନା କରିଛି । ଏହି ୩ଟି ମ୍ୟାଚରୁ ଆୟ ଷ୍ଟାର ସ୍ପୋର୍ଟସର କ୍ଷତି ଭରଣା କରିପାରିବ । ଆଗକୁ ଦକ୍ଷିଣ ଆଫି୍ରକାର ଘରୋଇ କି୍ରକେଟ ସିଜିନର ପ୍ରସାରଣ ଅଧିକାର ପାଇବାକୁ ଲକ୍ଷ୍ୟ ରଖିଛି ଷ୍ଟାର ସ୍ପୋର୍ଟସ । ତେଣୁ ଏହି ୩ ମ୍ୟାଚର ଟ୍ୱେଣ୍ଟି ୨୦ ସିରିଜ ଏହା ପାଇଁ ଲୋଭନୀୟ ହୋଇପାରେ । ତେବେ ଷ୍ଟାର ସ୍ପୋର୍ଟସ ଏହି ପ୍ରସ୍ତାବରେ ରାଜି ହେଲେ ମଧ୍ୟ ବିସିସିଆଇ ମଧ୍ୟରେ ଏହାକୁ ବିରୋଧ ହୋଇପାରେ । ମାର୍ଚ୍ଚରୁ ଭାରତୀୟ ଦଳ କୌଣସି କି୍ରକେଟ ଖେଳି ନାହିଁ । ଏକ ଆନ୍ତର୍ଜାତିକ ସିରିଜ ଖେଳିବା ପୂର୍ବରୁ ଖେଳାଳିଙ୍କୁ ୨ ରୁ ୩ ସପ୍ତାହ ଅଭ୍ୟାସ ଆବଶ୍ୟକ । ଏହାପରେ ଖେଳାଳି ୨ ମାସ ଧରି ଆଇପିଏଲ ଖେଳିବାକୁ ୟୁଏଇରେ ରହିବେ । ଏହାର ପରେ ପରେ ଭାରତୀୟ ଦଳ ୨ ମାସର ଅଷ୍ଟ୍ରେଲିଆ ଗସ୍ତରେ ଯିବ । 

    Maximum 500 characters

    ଖେଳ ଖବର View all

    Find Us on Facebook