Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ଅର୍ଥନୀତି

ମୁଖ୍ୟ ଖବର

    ଭାରତ ତଳଆଡ଼ୁ ସପ୍ତମ

    Share on :
    ajab-Image
    Date: Jan 21, 2020    Views: 2676

    ଡାଭୋସ : ବିଶ୍ୱ ଅର୍ଥନୈତିକ ଫୋରମ ପକ୍ଷରୁ ସୋମବାର ପ୍ରକାଶିତ ସାମାଜିକ ଗତିଶୀଳତା ସୂଚୀ ପ୍ରକାଶ ପାଇଛି । ଏଥିରେ ଭାରତର ସ୍ଥାନ ଅତ୍ୟନ୍ତ ଖରାପ ରହିଛି । ୮୨ଟି ଦେଶ ମଧ୍ୟରେ ଭାରତ ୭୬ ତମ ସ୍ଥାଦରେ ରହିଛି । ଅର୍ଥାତ ଭାରତ ତଳଆଡ଼ୁ ସପ୍ତମ ସ୍ଥାନରେ ରହିଛି । ବିଶ୍ୱ ଅର୍ଥନୈତିକ ଫୋରମ ବୈଠକରେ ଅବ୍ୟବହିତ ପୂର୍ବରୁ ପ୍ରକାଶିତ ରିପୋର୍ଟରୁ ଏହା ଜଣାଯାଇଚି । ତାଲିକାର ଶୀର୍ଷରେ ଡେନମାର୍କ ରହିଛି । ତେବେ ଏକ ଭଲ ସାମାଜିକ ଗତିଶୀଳତା ସୂଚୀ ଯୋଗୁଁ ଅଧିକ୍ ଲାଭବାନ ହେବାକୁ ଥିବା ୫ଟି ରାଷ୍ଟ୍ର ମଧ୍ୟରେ ଭାରତକୁ ରଖାଯାଇଛି । ଜଣେ ବ୍ୟକ୍ତିର ସର୍ବାଧିକ ସାମର୍ଥ୍ୟର ପ୍ରଦର୍ଶନ ପାଇଁ ଗୋଟିଏ ଦେଶର ବିଭିନ୍ନ ବର୍ଗର ଲୋକଙ୍କୁ ମିଳୁଥିବା ସମାନ ସୁବିଧା ସୁଯୋଗକୁ ନେଇ ଏହି ସୂଚୀ ପ୍ରସ୍ତୁତ କରାଯାଇଛି । ସାମାଜିକ ଗତିଶୀଳତାରେ ୧୦ ପ୍ରତିଶତ ବୃଦ୍ଧି ଘଟିଲେ ସାମାଜିକ ସଂହତି ବଢ଼ିଥାଏ ଏବଂ ଏଥିଯୋଗୁଁ ଆର୍ଥିକ ସମୃଦ୍ଧି ମଧ୍ୟ ଆସିଥାଏ । କିନ୍ତୁ ଖୁବ କର୍ମ ଅର୍ଥନୀତିରେ ସାମାଜିକ ଗତିଶୀଳତା ନେଇ ଉପଯୁକ୍ତ ବାତାବରଣ ନଥାଏ । ଯେଉଁ ସବୁ ମାନଦଣ୍ଡକୁ ନେଇ ଏହି ର୍ୟାଙ୍କ ପ୍ରସ୍ତୁତ ।ହୋଇଛି ସେଥିରେ ଆଜୀବନ ଶିକ୍ଷା, ସାମାଜିକ ସୁରକ୍ଷା, ପାରିଶ୍ରମିକ ବଣ୍ଟନ ଭଳି ବିଷୟ ରହିଛି । ଆଜୀବନ କ୍ଷେତ୍ରରେ ଭାରତ ୪୧ ତମ ସ୍ଥାନରେ ରହିଥିବା ବେଳେକାର୍ଯ୍ୟ ସ୍ଥିତି ସୂଚୀରେ ୫୩ ତମ ସୂଚୀରେ ୭୯ ତମ ସ୍ଥାନରେ ରହିଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook