Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟେଷ୍ଟ ମ୍ୟାଚ : ପରାଜୟ ଦ୍ୱାରଦେଶରେ ଭାରତ, ଆଉଟ ହେଲେଣି ୬ ବ୍ୟାଟ୍ସମ୍ୟାନ

    Share on :
    ajab-Image
    Date: Feb 9, 2021    Views: 4271

    ଚେନ୍ନାଇ : ଚେନ୍ନାଇରେ ଚାଲିଛି ଭାରତ ଓ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ  । ତେବେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବ ବିସ୍ତାର କରି ଭାରତକୁ ଘାଇଲା କରିଦେଇଛି ଇଂଲଣ୍ଡ  । ଫଳରେ ପରାଜୟର ଦ୍ୱାରଦେଶରେ ଏବେ ଭାରତ ପହଁଚି ଯାଇଛି  । 

    ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ କରିଥିବାବେଳେ ଦ୍ୱିତୀୟ ଇନିଂସରେ ୧୭୮ ରନ କରିଥିଲା  । ଅପରପକ୍ଷରେ ଭାରତ ପ୍ରଥମ ଇନିଂସରେ ୩୩୭ ରନରେ ସୀମିତ ରହିଥିଲା  । ଭାରତ ପାଇଁ ଇଂଲଣ୍ଡ ୪୨୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଭାରତୀୟ ଟିମ ୬ ୱିକେଟ ହରାଇ ୧୩୪ ରନ କରିଛି । ତେଣୁ ନିଶ୍ଚିତ ପରାଜୟ ଆଡ଼କୁ ଭାରତ ମୁହାଁଇସାରିଛି  । ତେବେ ଅଧିନାୟକ ବିରାଟ କୋହଲି ଏବେବି କ୍ରିଜରେ ତିଷ୍ଠି ରହିଛନ୍ତି  । 

    ଭାରତର ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ୧୨, ଗିଲ ୫୦, ପୂଜାରା ୧୫, ରାହାନେ ଶୂନ, ପନ୍ତ ୧୧ ଓ ସୁନ୍ଦର ୦ ରନରେ ଆଉଟ ହୋଇଛନ୍ତି  । ଅଧିନାୟକ ବିରାଟ କୋହଲି ୩୨ ରନରେ ଅପରାଜିତ ଥିବାବେଳେ ଅଶ୍ୱିନୀ ୧ ରନ କରିଛନ୍ତି  । ମାତ୍ର ୩୭ ଓଭର ଖେଳ ସରିଥିବାବେଳେ ଆହୁରି ୬୫ ଓଭରର ଖେଳ ବାକି ରହିଛି  । ଯଦି ବିରାଟ କିଛି କରିସ୍ମା କରିପାରନ୍ତି ତେବେ ଦଳ ମ୍ୟାଚକୁ ଡ୍ର ରଖିବାରେ ସକ୍ଷମ ହୋଇପାରିବ  ।

    Maximum 500 characters

    ଖେଳ ଖବର View all

    Find Us on Facebook