ମୁଖ୍ୟ ଖବର
ଭୁବନେଶ୍ୱର : ପୁଣି ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱିନୀ କରିଛନ୍ତି ଧମାକାଦାର ବୋଲିଂ । ଯେଉଁଥିପାଇଁ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ମାତ୍ର ୮୧ ରନରେ ଅଟକି ଯାଇଛି । ଫଳରେ ଭାରତ ପାଇଁ ମାତ୍ର ୪୯ ରନର ଟାର୍ଗେଟ ରହିଛି । ଅକ୍ଷର ପଟେଲ ୫ଟି ୱିକେଟ ନେଇଥିବାବେଳେ ଅଶ୍ୱିନୀ ୪ଟି ୱିକେଟ ନେଇଛନ୍ତି । ଯେତେବେଳେକି ସୁନ୍ଦର ଗୋଟିଏ ୱିକେଟ ନେବାରେ ସମର୍ଥ ହୋଇଛନ୍ତି ।
ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ବି ଇଂଲଣ୍ଡର ପାଳି ଭୁଷୁଡ଼ି ଯାଇଥିଲା । ଜାକ କ୍ରଲି ୦, ସିବଲେ ୭, ବେଆରଷ୍ଟୋ ୦, ରୁଟ ୧୯, ଷ୍ଟୋକସ ୨୫, ପୋପ ୧୨, ଫୋକସ ୮, ଆର୍ଚର ୦, ଲିଚ ୯ ଓ ଆଣ୍ଡରସନ ୦ରେ ଆଉଟ ହୋଇଯାଇଛନ୍ତି ।
ଇଂଲଣ୍ଡ ପ୍ରଥମ ଇନିଂସରେ ୧୧୨ ରନ କରିଥିବାବେଳେ ଭାରତ ପ୍ରଥମ ଇନିଂସରେ ୧୪୫ ରନ କରିଥିଲା । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ମାତ୍ର ୮୧ ରନ କରିବାରୁ ଭାରତକୁ ମାତ୍ର ୪୯ ରନର ଛୋଟିଆ ଟାର୍ଗେଟ ମିଳିଛି ।
Comments ସମସ୍ତ ମତାମତ