Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗମନାଗମନ ଭତ୍ତା ଉପରେ ଆୟକର ଛାଡ଼ ସୁବିଧା

    Share on :
    ajab-Image
    Date: Jun 29, 2020    Views: 4374

    ନୂଆଦିଲ୍ଲୀ: ନିଯୁକ୍ତିଦାତାଙ୍କ ଠାରୁ କର୍ମଚାରୀ ପାଉଥିବା ଗମନାଗମନ ଭତ୍ତା (କନଭେୟାନ୍ସ ଆଲାଏନ୍ସ) ଉପରେ ଆୟକର ଛାଡ଼ ପାଇଁ ଦାବି କରିପାରିବେ । ନୂଆ ବ୍ୟବସ୍ଥାରେ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି କେବଳ ସେମାନଙ୍କୁ ଏହି ସୁବିଧା ମିଳିବ । ଚଳିତ ବର୍ଷ ବଜେଟ ଘୋଷଣା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ପ୍ରକାର ଆୟକର ବ୍ୟବସ୍ଥା ବିଷୟରେ ଘୋଷଣା କରିଥିଲେ । ପୂର୍ବରୁ ପ୍ରଚଳନରେ ଥିବା ବ୍ୟବସ୍ଥାକୁ ବଳବତ୍ତର ରଖାଯାଇଥିବା ବେଳେ କେତେକ ନିର୍ଦ୍ଧିଷ୍ଟ ପ୍ରକାର ଛାଡ଼ ଓ କାଟ ସୁବିଧା ନେବାକୁ ଚାହୁଁନଥିବା ଟିକସଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରାଯାଇଥିଲା । ନୂଆ ବ୍ୟବସ୍ଥାର ଟିକସ ହାର ପୁରୁଣା ବ୍ୟବସ୍ଥା ତୁଳନାରେ କମ୍ ରହିଛି । ଟିକସ ଦାତା କେଉଁ ବ୍ୟବସ୍ଥାରେ ଟିକସ ଦେବାକୁ ପସନ୍ଦ କରିବେ ସେହି ନିଷ୍ପତ୍ତି ତାଙ୍କ ଉପରେ ଛାଡ଼ି ଦିଆଯାଇଛି । ଏବେ ଗମନାଗମନ ଭତ୍ତା ଉପରେ ଯେଉଁ ସୁବିଧା ଦିଆଯାଇଛି ତାହା ନୂତନ ବ୍ୟବସ୍ଥାର ଟିକସଦାତାଙ୍କୁ ମିଳିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ କୁହାଯାଇଛି, କମ୍ପାନୀ ଗୁଡ଼ିକ ନିଜ କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନ ଯାତ୍ରା କରିବା ବେଳେ କିମ୍ବା ବଦଳି ସମୟରେ ଅନ୍ୟ ସ୍ଥାନକୁ ଯିବା ଲାଗି ଦେଉଥିବା ପରିବହନ/ଗମନାଗମନ ଖର୍ଚ୍ଚ ଉପରେ କର୍ମଚାରୀମାନେ ଆୟକର ଛାଡ଼ ଦାବି କରିପାରିବେ । ନିଜର ଦାୟିତ୍ୱ ନିର୍ବାହ ପାଇଁ ଗମନାଗମନ କରୁଥିବା ବେଳେ ହେଉଥିବା ଖର୍ଚ୍ଚ ଉପରେ ମଧ୍ୟ ଆୟକର ଛାଡ଼ି ଦାବି କରିହେବ । ତେବେ ମାଗଣା ଗମନାଗମନରେ ଏହି ସୁବିଧା ମିଳିବ ନାହିଁ । ମାଗଣା ଖାଦ୍ୟ ଓ ବିନା ଆଲକୋହଲର ପାନୀୟ ପାଇଁ ନିଯୁକ୍ତିଦାତା ଦେଉଥିବା ପେଡ ଭାଉଚର ଉପରେ ଆୟକର ଛାଡ଼ ଦାବି କରାଯାଇପାରିବ ନାହିଁ । ସେହିପରି ଦୃଷ୍ଟିହୀନ, ମୂକ, ବଧୀର ଓ ଶାରୀରିକ ଅକ୍ଷମ କର୍ମଚାରୀମାନେ ମାସକୁ ୩୨୦୦ ଟଙ୍କା ପର୍ଯ୍ୟନ୍ତର ଗମନାଗମନ ଭତ୍ତା ଉପରେ ଆଡ-ହକ ଛାଡ଼ ଦାବି କରିପାରିବେ । କିଛି ନିର୍ଦ୍ଧିଷ୍ଟ ପ୍ରକାର ବ୍ୟବସ୍ଥାକୁ ଯେଉଁମାନେ ପରିହାର କରିବେ ସେମାନଙ୍କୁ ଟିକସ ଦେବାକୁ ପଡ଼ିବ ବୋଲି ଚଳିତ ବର୍ଷ ବଜେଟରେ ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook