Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲାଡେନକୁ ସହିଦ କହିଲେ ଇମ୍ରାନ

    Share on :
    ajab-Image
    Date: Jun 26, 2020    Views: 4697

    ଇସଲମାବାଦ: ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତଥ୍ୟା କୁଖ୍ୟାତ ଆତଙ୍କବାଦୀ ଓସାମା ବତପ ଲାଡେନକୁ ସହିଦ ସମ୍ବୋଧନ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିବାଦୀୟ ହୋଇପଡ଼ିଛନ୍ତି । ପାକିସ୍ତାନ ସଂସଦରେ ଉଦବୋଧନ ଦେବା ସମୟରେ ଇମ୍ରାନ ଲାଡେନକୁ ସହିଦ ସମ୍ବୋଧନ କରିବା ସମସ୍ତଙ୍କୁ ଆଚମ୍ବିତ କରିଦେଇଛି । ଇମ୍ରାନ କହିଛନ୍ତି, ଅତୀତରେ ଏକ ଘଟଣା ଘଟିଯାଇଛି ଯାହା ଆମ ମାନଙ୍କ ପାଇଁ ଏକ ଲଜ୍ଜାର ବିଷୟ । ଆମେରିକୀୟ ସେନାର ସ୍ୱତନ୍ତ୍ର ବାହିନୀ ଆବୋଟ୍ଟବାଦରେ ପଶି ଓସାମା ବିନ୍‍ ଲାଡେନକୁ ମାରି ସହିଦ କରିଦେଲେ । ସାମ୍ବାଦିକ ନୈଲା ଇନାୟତ ଟ୍ୱିଟରରେ ଏ ନେଇ ଏକ ଭିଡିଓ କ୍ଲିପ ପୋଷ୍ଟ କରିଛନ୍ତି । ପିଟିଆଇ ନେତା ଇମ୍ରାନ ଆମେରିକା ଉପରେ କିଭଳି ବର୍ଷୁଛନ୍ତି ଏବଂ ଲାଡେନକୁ ସହିଦ କହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ତେବେ ଇମ୍ରାନଙ୍କ ଏଭଳି ବୟାନ ପାଇଁ ତାଙ୍କୁ ବିରୋଧୀ ଦଳ ପକ୍ଷରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook