Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    କେଉଁ ଆଇଏସ ପାଇଲେ ପଦୋନ୍ନତି, ଜାଣନ୍ତୁ...

    Share on :
    ajab-Image
    Date: Dec 22, 2019    Views: 2691

    ଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ପାହ୍ୟାରେ ମୋଟ ୨୭ ଜଣ ଆଇଏଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି । ୨୦୨୦ ଜାନୁଆରି ପହିଲାରୁ ଏସବୁ ନିଦେ୍ର୍ଧଶ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ । ଏହି କ୍ରମରେ ୧୯୯୫ ବ୍ୟାଚ୍ର ଆଇଏଏସ୍ ଅଫିସର ତଥା ଶିଳ୍ପ ସଚିବ ହେମନ୍ତ ଶର୍ମା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ର ଅରମୁଗମ୍ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କୁ ସରକାର ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ।

    ସେହିପରି ସୁପରଟାଇମ ସ୍କେଲ ବା ଶାସନ ସଚିବ ପାହ୍ୟାକୁ ୫ ଜଣ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି । ସେମାନେ ହେଲେ ୨୦୦୦ ବ୍ୟାଚର ଟି.ଆପାଙ୍ଗ ଆଓ ଓ ୨୦୦୪ ବ୍ୟାଚର ରୂପା ମିଶ୍ର, ନିରଞ୍ଜନ ସାହୁ, ପ୍ରଶାନ୍ତ କୁମାର ସେନାପତି ଓ ସୁନ୍ଦରଲାଲ ସିଲ୍ । ୨୦୦୭ ବ୍ୟାଚର ୧୨ ଜଣ ଆଇଏଏସ୍ଙ୍କୁ ସିଲେକ୍ସନ ଗ୍ରେଡ଼ ବା ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ରବୀନ୍ଦ୍ର ପ୍ରତାପ ସିଂହଙ୍କୁ ପ୍ରୋଫର୍ମା ପଦୋନ୍ନତି ମିଳିଛି । ଏହି ବର୍ଗକୁ ପଦୋନ୍ନତି ପାଇଥିବା ଅନ୍ୟ ଅଧିକାରୀମାନେ ହେଲେ ଅରବିନ୍ଦ ଅଗ୍ରୱାଲ, ବଲବନ୍ତ ସିଂହ, ସଚ୍ଚିନ ରାମଚନ୍ଦ୍ର ଯାଦବ, ଜ୍ଞାନରଞ୍ଜନ ଦାସ, ବିଜୟ କୁମାର ନାୟକ, ରଦିଦ ଖାନ୍, ପ୍ରଦୀପ୍ତ କୁମାର ମହାପାତ୍ର, ରଞ୍ଜନ କୁମାର ଦାସ, ସଂଗ୍ରାମ ଜିତ ନାୟକ, ସୁଶାନ୍ତ ମହାପାତ୍ର, ବିଶ୍ୱନାଥ ଆଚାର୍ଯ୍ୟ ଓ ଶରତ ଚନ୍ଦ୍ର ନାୟକ ପ୍ରମୁଖ । ସେହିପରି ୨୦୧୧ ବ୍ୟାଚର ୫ ଜଣ ଆଇଏଏସ୍ ଅରିନ୍ଦମ ଡାକୁଆ, ସମର୍ଥ ବର୍ମା, ଜି ରଘୁ ଆଶିଷ ଠାକରେ ଓ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଜୁନିଅର ଆଡମିନିଷ୍ଟ୍ରେସନ ଗ୍ରେଡ ବା ଯୁଗ୍ମ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । 

    ସେହିପରି ବହୁ ବର୍ଷ ପରେ ଠିକ୍ ସମୟରେ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ମିଳିଛି । ୧୬ ଜଣ ଆଇପିଏସ ଅଫିସର ଏହା ଦ୍ୱାରା ଉପକୃତ ହୋଇଛନ୍ତି । ୧୯୯୫ ବ୍ୟାଚର ଆଇପିଏସ୍ ରାଧାକୃଷ୍ଣ ଶର୍ମା, ସୌମେନ୍ଦ୍ର ପି୍ରୟଦର୍ଶୀ ଓ ସନ୍ତୋଷ ବାଲାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେହି ବ୍ୟାଚର ଅନ୍ୟତମ ବରିଷ୍ଠ ଆଇପିଏସ ରିତୁ ଆରୋରା କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ପ୍ରୋଫର୍ମା ପଦୋନ୍ନତି ପାଇଛନ୍ତି । 

    ଅନ୍ୟ ପକ୍ଷରେ ୨୦୦୨ ବ୍ୟାଚ ଆଇପିଏସ ନରସିଂହ ଭୋଳ ଓ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ସେହି ବ୍ୟାଚର ଏସ ପ୍ରବୀଣ କୁମାରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ଆଇଜି ପାହ୍ୟାର ପ୍ରୋଫର୍ମା ପଦୋନ୍ନତି ଦିଆଯାଇଛି । ୨୦୦୬ ବ୍ୟାଚ୍ ଆଇପିଏସ ଅନିରୁଦ୍ଧ ସିଂ ଓ ଅନୁପ କୁମାର ସାହୁଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ସେହି ବ୍ୟାଚର ଆଇପିଏସ ଅମିତା ଦାଶ, ଅନୁପ କି୍ରଷ୍ଣା ଓ ସୁଧା ସିଂହଙ୍କୁ ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଥିବା କାରଣରୁ ଡିଆଇଜି ପାହ୍ୟାକୁ ପ୍ରୋଫର୍ମା ପଦୋନ୍ନତିୀ ମିଳିଛି । ସେହିପରି ୨୦୦୭ ବ୍ୟାଚର ଆଇପିଏସ ଏସପି ସାର୍ଥକ ଷଡଙ୍ଗୀ, ଅବିନାଶ କୁମାର, ନୀତି ଶେଖର ଓ ପଣ୍ଡିତ ରାଜେଶ ଉତ୍ତମ ରାଓ ସିଲେକ୍ସନ ଗ୍ରେଡ଼କୁ ପଦୋନ୍ନତି ମିଳିଛି ।

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook