Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ

    Share on :
    ajab-Image
    Date: Dec 30, 2019    Views: 4933

    ଭୁବନେଶ୍ୱର:  ପ୍ରଶାସନିକ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ୫-ଟି ଠାରୁ ଆରମ୍ଭ କରି ମୋ ସରକାର କାର୍ଯ୍ୟକ୍ରମ କରିଛନ୍ତି ।  ଏହା ପରେ ଲାଞ୍ଚ ନେଇ ଅୟସରେ ଜୀବନ ଯାପନ କରୁଥିବା ଦୁର୍ନୀତିଗ୍ରସ୍ତ  ତଥା ଲାଞ୍ଚୁଆ ଅଫିସର ଓ କର୍ମଚାରୀଙ୍କ ଆଖିରୁ  ନିଦ ହଜିଯାଇଥିଲା ।  ୫-ଟି ଓ ମୋ ସରକାର ଭଳି କାର୍ଯ୍ୟକ୍ରମ ପରେ କିଛି ମାତ୍ରାରେ ଦୁର୍ନୀତି କମିଥିବାବେଳେ ଏହା ଭିତରେ ପୁଣି ଜଣେ ଉଚ୍ଚପଦସ୍ଥ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।  ଲାଞ୍ଚ ନେଇ ଜଣେ ଆଇଆଏସ ଅଧିକାରୀ ଧରାପଡ଼ିଛନ୍ତି । ସମ୍ପୃକ୍ତ ଆଇଏଏସ ଅଧିକାରୀ ଜଣକ ହେଲେ ଉଦ୍ୟାନ ବିଭାଗ ନିଦେ୍ର୍ଧଶକ ବିଜୟ କେତନ ଉପାଧ୍ୟାୟ ।  ୧ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ସେ ଧରାପଡ଼ିଛନ୍ତି ।   ବିଜୟ କେତନ ଉପାଧ୍ୟାୟ ହେଉଛନ୍ତି  ୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ । ଧରାପଡ଼ିବା ପରେ ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । 

    ପ୍ରକାଶ ଯେ, ଉଦ୍ୟାନ ବିଭାଗ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବା କୁହାଯାଉଛି । କିଛି ଦିନ ତଳେ ଉକ୍ତ ବିଭାଗର ଜଣେ କୋଟିପତି ମାଳିଙ୍କ ଘରେ ଭିଜିଲାନ୍ସ ଚଢଉ କରାଯାଇଥିଲା ।

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook