ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ୧୯୮୮ ବ୍ୟାଚ ବିଶିଷ୍ଟ ଆଇଏଏସ ଅଫିସର ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ବଶିଷ୍ଠ ଦାୟିତ୍ୱ ନେବା ଦିନଠାରୁ କୃଷି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ପରିବହନ ବିଭାଗ ଶାସନ ସଚିବ ପ୍ରମୋଦ ମେହେର୍ଟ୍ଟା ଦାୟିତ୍ୱ ମୁକ୍ତ ହେବେ । ସେହିପରି ୨୦୦୮ ମସିହା ବ୍ୟାଚ ଆଇଏଏସ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ ଶାସନ ସଚିବ ଥିବା ଗୁହା ପୁନମ ତାପସ କୁମାରଙ୍କୁ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ନିଦେ୍ର୍ଧଶକ ଭାବେ ଅବସ୍ଥାପିତ କରାଯାଇଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Comments ସମସ୍ତ ମତାମତ