Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡାକ୍ତରଙ୍କ ବିନା ପରାମର୍ଶରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ନେବା ବିପଦଜ୍ଜନକ

    Share on :
    ajab-Image
    Date: May 23, 2020    Views: 3813

    ନୂଆଦିଲ୍ଲୀ: କରୋନା ସଂକ୍ରମଣର ଚିକିତ୍ସା ପାଇଁ କୌଣସି ଔଷଧ ବାହାରି ନଥିବା ବେଳେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ସେବନ ଦ୍ୱାରା କେତେକାଂଶରେ ଉପଶମ ମିଳୁଥିବା କୁହାଯାଉଛି । ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଔଷଧ ଉପଯୋଗୀ ହେଉଛି ବୋଲି କହିଛନ୍ତି । ଏହା ଫଳରେ ଭାରତରୁ ଏହି ଔଷଧର ରପ୍ତାନି ବଢ଼ିଯାଇଛି । କିନ୍ତୁ ଗବେଷଣାରୁ ଜଣାପଡ଼ିଛି ଯେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଦ୍ୱାରା କରୋନା ଚିକିତ୍ସାରେ ଯେପରି କୌଣସି ଉପକାର ମିଳେ ନାହିଁ । ଦି ଲାନସେଟରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁସାରେ ପ୍ରାୟ ୧୫୦୦୦ କରୋନା ରୋଗୀଙ୍କ ଉପରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ପ୍ରଦାନ କରି ପର୍ଯ୍ୟବେକ୍ଷଣରେ ରଖାଯାଇଥିଲା । ଏହି ଅଧ୍ୟୟନରୁ ଜଣାପଡ଼ିଥିଲା ଯେ ଏହି ଔଷଧ ଦ୍ୱାରା ସେମାନଙ୍କର ଯେପରି କୌଣସି ଉପକାର ହୋଇନଥିଲା ବରଂ ସେମାନଙ୍କ ହୃଦଗତିରେ ଅସ୍ୱାଭାବିକ ଦେଖା ଦେଇଥିଲା । ଏଣୁ ଏହି ଔଷଧର ମାନବ ଶରୀର ଉପରେ ପାଶ୍ୱର୍ପ୍ରତିକି୍ରୟା ଥିବାରୁ ଏହା ଡାକ୍ତରଙ୍କ ବିନା ପରାମର୍ଶରେ ନେବା ବିପଦଜ୍ଜନକ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏପରିକି ଏହି ଔଷଧ ଦ୍ୱାରା ରୋଗୀଙ୍କ ଠାରେ ଗୁରୁତର ହୃଦୟ ସମସ୍ୟା ଓ ଏପରିକି ମୃତୁ୍ୟ ମଧ୍ୟ ହୋଇପାରେ ବୋଲି ଗବେଷମାନେ ସତର୍କ କରାଇ ଦେଇଛନ୍ତି । ଗତ ସପ୍ତାହରେ ଭାରତ ସରକାର କହିଥିଲେ ଯେ ଗତ ଦୁଇ ମାସରେ ବିଶ୍ୱର ୧୨୦ଟି ଦେଶକୁ ପାରାସିଟାମଲ ଓ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଯୋଗାଇ ଦିଆଯାଇଛି ।
    କରୋନାର ଚିକିତ୍ସା ପାଇଁ ଏ ସବୁ ଔଷଧ ଗୁଡ଼ିକ ଉପଯୋଗୀ ହୋଇଥିବାରୁ ଏସବୁ ଔଷଧର ଚାହିଦା ସାରା ବିଶ୍ୱରେ ବଢ଼ିଯାଇଛି । ଏଥିପାଇଁ ବିଭିନ୍ନ ଦେଶ ଭାରତକୁ ଏଗୁଡ଼ିକର ଯୋଗାଣ ପାଇଁ ଅନୁରୋଧ କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook