ମୁଖ୍ୟ ଖବର
ମୁମ୍ବାଇ : ଗୋଟିଏ ପଟେ ଚାଇନା ସହ ସୀମା ବିବାଦକୁ ନେଇ ଇଣ୍ଡୋ-ଚାଇନା ସୀମାନ୍ତ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ଚାଇନାକୁ ମାତ ଦେବା ପାଇଁ ଭାରତ ରଣନୀତି ଆରମ୍ଭ କରିଦେଇଛି । ତେବେ ଏହି ସମୟରେ କରାଚୀ ପଟୁ ବି ଭାରତକୁ ଧମକ ମିଳିଛି । ହୋଟେଲ ତାଜକୁ ବୋମାରେ ଉଡ଼ାଇ ଦେବା ନିମନ୍ତେ ଆତଙ୍କବାଦୀ ଧମକ ଦେଇଛନ୍ତି । ଗତକାଲି ରାତି ପ୍ରାୟ ସାଢେ଼ ୧୨ଟାରେ ତାଜ ହୋଟେଲକୁ ଏଭଳି ଧମକପୂର୍ଣ୍ଣ କଲ ଆସିଥିଲା । ତୁରନ୍ତ ଏନେଇ ତାଜ ହୋଟେଲ ପକ୍ଷରୁ ମୁମ୍ବାଇ ପୁଲିସକୁ ଅବଗତ କରାଯାଇଥିଲା । ଅପରପକ୍ଷରେ ଧମକପୂର୍ଣ୍ଣ କଲ ପାଇବା ପରେ ମୁମ୍ବାଇ ପୁଲିସ ସତର୍କ ହୋଇଯାଇଛି । ମୁମ୍ବାଇରେ ଏବେ କରୋନା ବୋମା ବିସ୍ଫୋରଣ ହୋଇଥିବାବେଳେ ଆତଙ୍କବାଦୀଙ୍କ ଧମକ ପାଇବା ପରେ ହୋଟେଲ ତାଜର ଚତୁର୍ଦ୍ଧିଗରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
Comments ସମସ୍ତ ମତାମତ