Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ‘ହନି ଚିଲି ପୋଟାଟୋ’

    Share on :
    ajab-Image
    Date: Nov 3, 2019    Views: 27

    ଆବଶ୍ୟକ ସାମଗ୍ରୀ: ମଇଦା ୩.୪ ଚାମଚ, ଆଳୁ ୨ଟି (ଲମ୍ବା ଆକାରର କଟା), ଲଙ୍କା ଗୁଣ୍ଡ ଅଧଚାମଚ, ରସୁଣ ପେଷ୍ଟ ୧ ଚାମଚ, ମହୁ ୨ ଚାମଚ, ଲୁଣ ସ୍ୱାଦାନୁସାରେ, ସୋୟା ସସ ଅଧ ଚାମଚ, ଚିଲି ସସ ୩ ଚାମଚ ।

    ପ୍ରସ୍ତୁତି: ଗୋଟିଏ ବଡ଼ ପାତ୍ରରେ ମଇଦା, ଲୁଣ, ଲଙ୍କା ଗୁଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହା ପରେ କଟା ଆଳୁକୁ ସେଥିରେ ମିଶାଇ ଭଲ ଭାବେ ଗୋଳାଇ ନେବେ । ଏବେ ଚୁଲାରେ କଡେ଼ଇ ବସେଇ ତେଲ ଗରମ କରନ୍ତୁ । ସେଥିରେ କଟା ଆଳୁକୁ ଭଲ ଭାବେ ଛାଣି ନିଅନ୍ତୁ ।

    ଅନ୍ୟ ଏକ କଡେ଼ଇ ବସାଇ ୨ ଚାମଚ ତେଲ ପକାଇବେ । ସେଥିରେ ରସୁଣ ପେଷ୍ଟ ମିଶାଇ କିଛି ସମୟ କଷିବେ । ଏବେ ସେଇ କଡେଇରେ ମହୁ, ସୋୟା ସସ, ଚିଲି ସସ୍ ପକାଇ ଛଣା ହୋଇଥିବା ଆଳୁ ମିଶାଇବେ । ଏବେ ଗରମାଗରମ ‘ହନି ଚିଲି ପୋଟାଟୋ’ ପ୍ରସ୍ତୁତ ।

     

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook