Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ଖେଳ ଖବର

ମୁଖ୍ୟ ଖବର

    ହକି: ଭାରତୀୟ ମହିଳାଙ୍କ ରାସ୍ତାରେ ଆମେରିକା କଣ୍ଟା

    Share on :
    ajab-Image
    Date: Nov 1, 2019    Views: 406

    ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଉ ମାତ୍ର ଗୋଟିଏ ଦିନ ପରେ ଅଲମ୍ପିକସ୍ ଯୋଗ୍ୟତା ହକି ମ୍ୟାଚ ଖେଳାଯିବ । ଏଫ୍ଆଇଏଚ୍ ହକି ସିରିଜ ଫାଇନାଲସ ଚମ୍ପିଆନ ଭାରତ ନିଜ ଘରୋଇ ପଡ଼ିଆରେ ଉକ୍ତ ମ୍ୟାଚ୍ ଖେଳିବ । ଭାରତୀୟ ପୁରୁଷ ଦଳ ରୁଷିଆ ଓ ମହିଳା ଦଳ ଆମେରିକା ବିପକ୍ଷରେ ଖେଳିବେ । ଏଥିରୁ ଶ୍ରେଷ୍ଠ ଦଳ ୨୦୨୦ ଟୋକିଓ ଅଲିମ୍ପିକସ ଯୋଗ୍ୟତା ହାସଲ କରିବେ । ଏଥିପାଇଁ ସମସ୍ତ ଦଳ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଭାରତୀୟ ପୁରୁଷ ଦଳ ରୁଷିଆ ବିପକ୍ଷରେ ମ୍ୟାଚ୍ ଖେଳିବା ନେଇ ପ୍ରଶିକ୍ଷକ ଗ୍ରାହାମ ରିଡ୍ଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ରଣନୀତି ସହ ଅଭ୍ୟାସ ଚଳାଇଛନ୍ତି ।

    ଏଫଆଇଏଚ ମାନ୍ୟତାରେ ଭାରତ ୫ମ ସ୍ଥାନରେ ଥିବା ବେଳେ ରୁଷିଆ ୨୨ତମ ସ୍ଥାନରେ ରହିଛି । ଉଭୟ ଦଳ ଅଲିମ୍ପିକସ ଯୋଗ୍ୟତା ହାସଲ ନେଇ ଦୃଢ଼ ଆଶାବାଦୀ ଅଛନ୍ତି । ଭାରତୀୟ ପୁରୁଷ ଦଳ ରୁଷିଆକୁ ସହଜରେ ପରାସ୍ତ କରି ଅଲିମ୍ପିକସ ଯୋଗ୍ୟତା ହାସଲ ନେଇ ଆଶା କରାଯାଉଥିବା ବେଳେ ମହିଳା ଦଳ ପାଇଁ ଆମେରିକା କଣ୍ଟା ସାଜିଛି । ଗତ ଜୁନ୍ରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଏଫଆଇଏଚ୍ ହକି ସିରିଜ ଫାଇନାଲର ଲିଗ୍ ମ୍ୟାଚ୍ରେ ଭାରତୀୟ ପୁରୁଷ ଦଳ ଓ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଥିଲେ । ବର୍ତ୍ତମାନ ମନପ୍ରୀତ ସିଂହଙ୍କ ଦଳ ଭଲ ପ୍ରଦର୍ଶନ କରୁଥିବାରୁ ରୁଷିଆକୁ ପରାସ୍ତ କରିବା ଦଳ ପାଇଁ ସେଭଳି କଷ୍ଟକର ହେବ ନାହିଁ । ନିକଟରେ ଭାରତୀୟ ଦଳ ବେଲଜିୟମ ଓ ସ୍ପେନ ବିପକ୍ଷରେ ଚମକ୍ରାର ପ୍ରଦର୍ଶନ କରି ଅଲିମ୍ପିକସ ଯୋଗ୍ୟତା ମ୍ୟାଚ୍ ଲାଗି ମନୋବଳ ବୃଦ୍ଧି କରିଥିବାରୁ ସୁଦୃଢ଼ ରୁଷିଆ ଦୁର୍ଗକୁ ଭେଦ କରିବା ପାଇଁ ଭାରତ ପାଇଁ ସେଭଳି କଷ୍ଟକର ହେବ ନାହିଁ । ଅନ୍ୟ ପକ୍ଷରେ ଭାରତୀୟ ମହିଳା ଦଳ ପାଇଁ ଅଲିମ୍ପିକସ ଯୋଗ୍ୟତା ହାସଲ କରିବା ଏତେ ସହଜ ହେବ ନାହିଁ । ଭାରତ ଏଫଆଇଏଚ ମାନ୍ୟତାର ୯ ଓ ଆମେରିକା ୧୩ତମ ସ୍ଥାନରେ ଅଛନ୍ତି । ଉଭୟ ଦଳଙ୍କର ବିଶ୍ୱ ହକିରେ ସ୍ୱତନ୍ତ୍ର ମାନ୍ୟତା ରହିଛି । ଭାରତକୁ ଅଲିମ୍ପିକସ ଯୋଗ୍ୟତା ହାସଲ ପାଇଁ ଆମେରିକାକୁ ପରାସ୍ତ କରିବାକୁ ପଡ଼ିବ । ଆମେରିକା ମଧ୍ୟ ଭାରତକୁ ସହଜରେ ଯୋଗ୍ୟତା ହାସଲ ନେଇ ଦୃଢ଼ ଆଶାବାଦୀ ଥିବା ବେଳେ ଭାରତକୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିବ । ସେହିପରି ରାଣୀ ରାମପାଲଙ୍କ ନେତୃତ୍ୱରେ ବିଦେଶୀ ପ୍ରଶିକ୍ଷକ ସୋଏଡ ମାରିଏନେଙ୍କ ପ୍ରଶିକ୍ଷଣ ପ୍ରାପ୍ତ ଭାରତ କ୍ରମାଗତ ୨ୟ ଥର ଅଲିମ୍ପିକସ ଯୋଗ୍ୟତା ହାସଲ ଲକ୍ଷ୍ୟରେ ରହିଛି । ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳଙ୍କ ସହ ଭ୍ରମଣକାରୀ ଆମେରିକା ଓ ରୁଷିଆ ଦଳ ମଧ୍ୟ ଜୋରଦାର ଅଭ୍ୟାସ ଚଳାଇଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook