Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ରାଜନୀତି

ମୁଖ୍ୟ ଖବର

    ହେମନ୍ତଙ୍କୁ ରାଜନୀତିକୁ ଆଣିବାକୁ ଚାହୁଁନଥିଲେ ଶିବୁ ସୋରେନ

    Share on :
    ajab-Image
    Date: Dec 24, 2019    Views: 6016

    ରାଂଚି : ହେମନ୍ତ ସୋରେନ  । ଝାରଖଣ୍ଡର ପରବର୍ତୀ ମୁଖ୍ୟମନ୍ତ୍ରୀ  । ନିର୍ବାଚନରେ ବାଜିମାତ କରିବା ପରେ ଏବେ ଆନୁଷ୍ଠାନିକ ଶପଥ ହିଁ ବାକି ରହିଛି  । ତେବେ ଶିବୁ ସୋରେନ ତାଙ୍କର ସାନ ପୁଅ ହେମନ୍ତଙ୍କୁ ରାଜନୀତିକୁ ଆଣିବାକୁ ଚାହୁଁନଥିଲେ  । ଶିବୁ ଚାହୁଁଥିଲେ ତାଙ୍କ ବଡ଼ ପୁଅ ଦୁର୍ଗା ସୋରେନଙ୍କୁ ଜେଏମଏମର ଦାୟିତ୍ୱ ଦେବାକୁ ଚାହୁଁଥିଲେ  । ୧୯୯୫ରେ ଶିବୁଙ୍କ ପୁଅ ଦୁର୍ଗା ଜାମା ଆସନରୁ ବିଧାୟକ ହୋଇଥିଲେ  । ପରେ ତାଙ୍କ ପନôୀ ସୀତା ମୁର୍ମୁ ମଧ୍ୟ ବିଧାୟିକା ହୋଇଥିଲେ  । ୨୦୦୯ ପର୍ଯ୍ୟନ୍ତ ଝାରଖଣ୍ଡ ରାଜନୀତିରେ ହେମନ୍ତଙ୍କୁ ଦେଖିବାକୁ ମିଳିନଥିଲା  । ତେବେ ବୋକାରୋ ସ୍ଥିତ ନିଜ ବାସଭବନରେ ଶୋଇଥିବାବେଳେ ବ୍ରେନ ହାମ୍ରେଜ କାରଣରୁ ମୃତୁ୍ୟବରଣ କରିଥିଲେ ଦୁର୍ଗା  । ଯାହାକି ସେତେବେଳେ ବେଶ ଚର୍ଚ୍ଚିତ ପ୍ରସଙ୍ଗ ଥିଲା  । ମାତ୍ର ୩୯ ବର୍ଷ ବୟସରେ ଦୁର୍ଗାଙ୍କ ମୃତୁ୍ୟ ଶିବୁଙ୍କ ଝଟକା ଦେଇଥିଲା  । ପରେପରେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ ହେମନ୍ତ  । ଭାଇଙ୍କ ମୃତୁ୍ୟ ପରେ ରାଜନୀତିକୁ ଆସିଥିବା ହେମନ୍ତଙ୍କୁ ୨୦୦୯ରେ ରାଜ୍ୟସଭାକୁ ପଠାଇଥିଲେ ଶିବୁ ସୋରେନ  । ବିର୍ଲା ଇନଷ୍ଟିଚୁ୍ୟଟରୁ ଇଂଜିନିୟରିଂ ଡିଗ୍ରୀ ହାସଲ କରିଥିବା ଶିବୁ ପରେ ଅର୍ଜୁନ ମୁଣ୍ଡା ସରକାରରେ ଉପମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ  । ୨୦୧୩ରେ ବିଜେପି ସହ ମେଂଟ ଭାଙ୍ଗିବା ପରେ କଂଗ୍ରେସ ଓ ଆରଜେଡ଼ି ସହଯୋଗରେ ହେମନ୍ତ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ  । ମଦକୁ ବିରୋଧ କରୁଥିବା ହେମନ୍ତ ଖାଲି ଆଦିବାସୀ ନୁହେଁ ସବୁ ବର୍ଗରେ ବି ଲୋକପ୍ରିୟତା ହାସଲ କରିପାରିଥିଲେ । ଏମିତିକି ଇଣ୍ଡିଆଟୁଡେ଼ ସର୍ଭେରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ମଧ୍ୟରେ ସେ ସବୁଠୁ ଅଧିକ ପସନ୍ଦ ସାଉଁଟି ପାରିଥିଲେ  ।

    Maximum 500 characters

    ରାଜନୀତି View all

    Find Us on Facebook