ମୁଖ୍ୟ ଖବର
ହାଟଡ଼ିହୀ : କେନ୍ଦୁଝର ଜିଲା ହାଟଡି଼ହୀ ତହସିଲ ବାଙ୍ଗୋର ପଞ୍ଚାୟତ ଅନ୍ତର୍ଗତ ଶଙ୍ଖଣା ଗ୍ରାମରେ ଗତ ସୋମବାର ଦିନ ଅଗ୍ନିକାଣ୍ଡ ଯୋଗୁଁ ସୁଭଦ୍ରା ହୋ ଙ୍କ ୩ ବଖରା ଜଳିଯାଇଛି । ଅଗ୍ନିକାଣ୍ଡର ପ୍ରକୃତ ଜଣାପଡ଼ିନଥିବା ବେଳେ ନିଆଁରେ ଘରର ସମସ୍ତ ଆସବାବପତ୍ର, ଧାନ, ଚାଉଳ ପୋଡ଼ିଯାଇଛି । ସ୍ୱାମୀ କନ୍ଦା ହୋ ବାହାର ରାଜ୍ୟରେ କାମ କରୁଥିବା ବେଳେ ମହିଳା ଜଣଙ୍କ ନିଜର ୩ ସନ୍ତାନଙ୍କ ସହ ରହନ୍ତି । ଏହି ଘଟଣା ପରେ ମହିଳା ଜଣଙ୍କ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ଘରପୋଡ଼ି ସମ୍ପର୍କରେ ଖବର ପାଇ ଶୈଳବାଳା ଫାଉଣ୍ଡେସନ ଟ୍ରଷ୍ଟ ର ସଭାପତି ରାଜୀବ ନାୟକ, ସମ୍ପାଦକ ହିମାଂଶୁ ନାୟକ, ଶଶାଙ୍କ ସେନାପତି ଓ ଅମୀୟ ରଞ୍ଜନ ପହି ଉପସ୍ଥିତ ରହି ଶୀତ ବସ୍ତ୍ର , ପଲଥିନ ଓ ଏକ ମାସର ରାସନ ସାମଗ୍ରୀ ପ୍ରଦାନ କରିବା ସହ ଅଗ୍ନି ବିପନ୍ନ ପରିବାରକୁ ତୁରନ୍ତ ଆବାସ ଯୋଜନାରେ ଘର ତଥା ଅନ୍ୟାନ୍ୟ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ।
ମନମୋହନ ନାୟକ
Comments ସମସ୍ତ ମତାମତ