Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୮ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେବ ମେଡିକାଲ କଲେଜ : ଡ. ହର୍ଷବର୍ଦ୍ଧନ

    Share on :
    ajab-Image
    Date: Dec 26, 2019    Views: 5770

    ଭୁବନେଶ୍ୱର : ୧୯୫୬ ମସିହାରେ ଦେଶର ପ୍ରଥମ ଏମ୍ସ ଦିଲ୍ଲୀରେ ପ୍ରତିଷ୍ଠା ହୋଇଥିଲା । ମାତ୍ର ତା' ପରେ ପାଞ୍ଚ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଆଉ ଗୋଟିଏ ବି ଏମ୍ସ ପ୍ରତିଷ୍ଠା ହୋଇପାରି ନଥିଲା । କିନ୍ତୁ ଅଟଳଜୀଙ୍କ ପାଇଁ ଆଜି ଦେଶରେ ୨୪ଟି ଏମ୍ସ ପ୍ରତିଷ୍ଠା ହୋଇପାରିଛି । ସମ୍ପ୍ରତି ୧୩ଟି ଏମ୍ସରେ ପାଠପଢ଼ା ଓ ରୋଗୀ ସେବା କାର୍ଯ୍ୟ ଆରମ୍ଭ ହୋଇ ସାରିଲାଣି । ଭୁବନେଶ୍ୱର ଏମ୍ସ ଭାରତର ଦ୍ୱିତୀୟ ଏମ୍ସ ଭାବେ ପରିଚୟ ଲାଭ କରିଛି ଓ ଏହାର ଦ୍ରୁତ ଉନ୍ନତି ପାଇଁ କେନ୍ଦ୍ର ସରକାର ସମସ୍ତ ସହଯୋଗ କରୁଛନ୍ତି । ଖୁବ୍ ଶୀଘ୍ର ଏଠାରେ ଉନ୍ନତ ମାନର ରୋଗୀସେବା ପାଇଁ ଅଧିକ ଜରୁରି କାର୍ଯ୍ୟକ୍ରମ ହାତକୁ ନିଆଯିବ । ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ଏମ୍ସ ପରିସରରେ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହା କହିଛନ୍ତି ।

    କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର ୧୫୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରାଯାଇଛି ଓ ୭୫ଟି ଅନୁମୋଦନ ଅପେକ୍ଷାରେ ରହିଛି । ତନ୍ମଧ୍ୟରୁ ଓଡ଼ିଶାରେ ୮ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମେଡିକାଲ କଲେଜରେ ପରିଣତ କରାଯିବ । ୬ଟି ଆକାଂକ୍ଷୀ ଜିଲ୍ଲା ପାଇଁ ଆପାତତଃ ଚୂଡ଼ାନ୍ତ ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଥିଲେ ।

    ଆୟୁଷ୍ମାନ ଯୋଜନା ଭଳି ଏକ ଗରିବ କଲ୍ୟାଣକାରୀ ତଥା ଯୁଗାନ୍ତକାରୀ ଯୋଜନାରୁ ଓଡ଼ିଶାବାସୀ ସୁଫଳ ପାଇପାରୁନାହାନ୍ତି । ଦେଶରେ ପ୍ରାୟ ୭୦ଲକ୍ଷ ଗରିବ ଲୋକ ଏହି ଯୋଜନାରୁ ଉପକୃତ ହୋଇ ସାରିଥିବା ବେଳେ ଓଡ଼ିଶାବାସୀ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏହି ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶା ସରକାରଙ୍କୁ ଅନୁରୋଧ କରି ଚାଲିଛନ୍ତି  । ପୁଣି ମଧ୍ୟ ଏଥିପାଇଁ ଅନୁରୋଧ କରାଯିବ । ଫଳରେ ରାଜ୍ୟ ବାହାରେ ଜୀବିକା ନିର୍ବାହ କରୁଥିବା ଓଡ଼ିଶାର ଗରିବ ଲୋକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ ।

    Maximum 500 characters

    ରାଜନୀତି View all

    Find Us on Facebook