Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ତାଜା ଖବର

ମୁଖ୍ୟ ଖବର

    ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା

    Share on :
    ajab-Image
    Date: May 23, 2020    Views: 3771

    ଭୁବନେଶ୍ୱର: ବାତ୍ୟା ‘ଅମ୍ପନ’ ପରେ ଏବେ ରାଜ୍ୟରେ ତାତିର କମ୍ପନ । ଆଗାମୀ  ୫ ଦିନ ଯାଏଁ  ରାଜ୍ୟରେ ପାଗ ଶୁଖିଲା ରହିବ ।  ୪୦ ଡିଗ୍ରୀରୁ ଅଧିକ ତାତି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଗରମ ହେବ । ବଲାଙ୍ଗୀର, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବରଗଡ଼, କଳାହାଣ୍ଡି, ସୁନ୍ଦରଗଡ଼ ଓ ବୌଦ୍ଧରେ  ତାପମାତ୍ରା ୪୦ ଡିଗ୍ରୀ ପାର ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ନିଦେ୍ର୍ଧଶକ ଏଚ ଆର ବିଶ୍ୱାସଙ୍କ ପକ୍ଷରୁ ପ୍ରକାଶ । 

    ପ୍ରକାଶ ଯେ,  ସାମୁଦ୍ରିକ ଝଡ଼ ଅମ୍ଫନ ରାଜ୍ୟରେ ବଢିବାରେ ଲାଗିଛି ତାତି । ଓଡିଶାର ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଅନେକ ସ୍ଥାନ ପ୍ରବଳ ଉତ୍ତାପ ସାଙ୍ଗକୁ ଝାଞ୍ଜି ପବନ ଅନୁଭୂତ ହୋଇଛି । ଗତକାଲି ଅର୍ଥାତ ଶୁକ୍ରବାର ରାଜ୍ୟର ୧୧ ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରେକର୍ଡ ହୋଇଥିଲା ।

    ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟରେ ଜିଲ୍ଲାମାନଙ୍କରେ ସର୍ବାଧିକ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ହେବାର ସମ୍ଭାବନା ରହିଛି ଏବଂ ଏହା ପରେ ଆଉ ଉତ୍ତାପ ବଢିନପାରେ ବୋଲି ପାଣିପାଗ ବିଭାଗ କହିଛି। ସେହିଭଳି ଆଭ୍ୟନ୍ତରୀଣ ଓଡିଶାର କେତେକ ଅଞ୍ଚଳରେ ଏହା ୪୦ ଡିଗ୍ରୀ ସେଲସିୟସ କିମ୍ବା ତା ଠାରୁ ଅଧିକ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

    Maximum 500 characters

    ତାଜା ଖବର View all

    Find Us on Facebook