Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ଏହା କରନ୍ତୁ

    Share on :
    ajab-Image
    Date: May 21, 2020    Views: 2697

    ଶରୀର ପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ନିୟମିତ ସବୁଜ ପନିପରିବା ଓ ଫଳମୂଳ ଖାଇବା ଉଚିତ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ କେତୋଟି ଦିଗ ପ୍ରତି ଧ୍ୟାନ ଦେଲେ ଆମେ ଏକ ସୁସ୍ଥ ଜୀବନ ଶୈଳୀ ଅତିବାହିତ କରିପାରିବା
    ଯେପରି ରୋଷେଇ ପାଇଁ ପରିବା କାଟିବା ସମୟରେ ବଡ଼ ବଡ଼ ଆକାରରେ କାଟନ୍ତୁ । ପରିବାକୁ ସିଝାଇ ରାନ୍ଧୁଥିଲେ, ସେହି ପାଣିକୁ ନ ଫିଙ୍ଗି ବରଂ ତରକାରୀରେ ବ୍ୟବହାର କରିବା ଉଚିତ । ତାହା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଶରୀରକୁ ପୋଷକତତ୍ତ୍ୱ ଯୋଗାଇଥାଏ ।
    ଆମିଷ ବ୍ୟଞ୍ଜନ ଚିକେନ ରୋଷେଇ ସମୟରେ ପ୍ରେସର କୁକରର ଉପଯୋଗ କରନ୍ତୁ । ଶୀଘ୍ର ରୋଷେଇ ହେବା ସହ ଚିକେନ ଅଳ୍ପ ସମୟରେ ସିଝିଯାଏ ।
    ପରିବାକୁ ଚୋପା ସହ ରାନ୍ଧନ୍ତୁ । ତେବେ ସେ ସବୁ ପରିବାକୁ ଭଲ ଭାବେ ପାଣିରେ ପ୍ରଥମେ ଧୋଇନେବା ଉଚିତ । ପରିବାକୁ ଚୋପା ସହ ରାନ୍ଧିଲେ ତାହା ପୋଷକତତ୍ତ୍ୱ ଭରପୁର ରହିଥାଏ ।
    ଖାଦ୍ୟ ରାନ୍ଧିବା ସମୟରେ ସବୁବେଳେ ମନେ ରଖନ୍ତୁ ଢ଼ାଙ୍କୁଣି ଦେବା ପାଇଁ । ଖାଦ୍ୟର ସ୍ୱାଦ ଓ ପୋଷକତତ୍ତ୍ୱ ମହଜୁଦ ନିମନ୍ତେ ଏହା ଏକ ଉତ୍ତମ ଉପାୟ ।
    ଅଧିକ ଛଣାଛଣି ଖାଦ୍ୟ ନ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ନିମନ୍ତେ ଭଲ ।

    Maximum 500 characters

    ବିଶେଷ View all

    Find Us on Facebook