Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମୁଣ୍ଡ ବିନ୍ଧାର ଘରୋଇ ଉପଚାର

    Share on :
    ajab-Image
    Date: Mar 4, 2021    Views: 2658

    ଆଜିକାଲି ଅନେକଙ୍କ କ୍ଷେତ୍ରରେ ମୁଣ୍ଡ ବିନ୍ଧା ସମସ୍ୟା ଦେଖିବାକୁ ମିଳୁଛି । ମୁଣ୍ଡ ବିନ୍ଧିବା ପଛରେ  ବିଭିନ୍ନ କାରଣ ରହିଥାଏ । ଯେପରିକି  ଗ୍ୟ।ଷ୍ଟ୍ରିକ୍ ସମସ୍ୟା ଥିଲେ ମୁଣ୍ଡ ବିନ୍ଧେ,ଶରୀରରେ ଜଳୀୟ ଅଂଶ କମ୍ ଥିଲେ ମୁଣ୍ଡ ବିନ୍ଧେ,ଥଣ୍ଡା ଜନିତ ସମସ୍ୟା ,ଏହି ଭଳି ବିଭିନ୍ନ କାରଣକୁ ନେଇ ମୁଣ୍ଡ ବିନ୍ଧିଥାଏ । ଏହା ଅଧିକ ଦିନ ଲାଗି ରହିଲେ ଏହାକୁ ମାଇଗ୍ରେନ୍ କୁହାଯାଏ । ପ୍ରତିଦିନ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଏହା ସହିତ ଏହି ସମସ୍ୟା ପାଇଁ ଏମିତି ମଧ୍ୟ କିଛି ଉପାୟ ରହିଛି ଯାହା ଆପଣାଇବା ଦ୍ୱାରା, ଏହି ସମସ୍ୟାରୁ ଆରାମ୍ ମିଳିଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

    -ସର୍ବପ୍ରଥମେ ଶରୀରର ଜଳୀୟ ଅଂଶକୁ ସନ୍ତୁଳିତ ରଖିବା ଆବଶ୍ୟକ ।

    -ପ୍ରଚୁର ପାଣି ପିଇବା ଦରକାର ।

    -ନିଶା ସେବନ ଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ ।

    -ପ୍ରତିଦିନ ଉତ୍ତମ ନିଦ୍ରାରେ ଶୋଇବା ଆବଶ୍ୟକ ।

    -ନିଜର ଖାଦ୍ୟପେୟ ପ୍ରତି ଯଥେଷ୍ଟ ସଚେତନ ହେବା ଉଚିତ୍ ।

    -ଅଜୀର୍ଣ୍ଣ ସୃଷ୍ଟି କରୁଥିବା ଖାଦ୍ୟପେୟ ଠାରୁ ଦୂରେଇ ରହିବା ଆବଶ୍ୟକ ।

    Maximum 500 characters

    ବିଶେଷ View all

    Find Us on Facebook