Share on :
0
Date: Jan 12, 2021 Views: 3720
ହାଟଡ଼ିହୀ ( ମନମୋହନ ନାୟକ )
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ତଳୀ ର ବିଜେପି ବିଧାୟକ ପାର୍ଥୀ ତଥା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଲୋକ ସେଠୀଙ୍କ ନେତୃତ୍ୱ ରେ ବିଭିନ୍ନ ସ୍ଥାନ ରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାଳବଣୀ ମଣ୍ଡଳ ର ପ୍ରଶିକ୍ଷଣ ଶିବିର କାଠକଟା ପଞ୍ଚାୟତର ଟାଙ୍ଗର ଠାରେ ଗତ ସୋମବାର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ୧୧ ଓ ୧୨ ତାରିଖ ଏହିପରି ଦୁଇଦିନ ଧରି ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିର ରେ ମୋଟ ୧୦ ଟି ସତ୍ର ରେ ବରିଷ୍ଠ ନେତୃମଣ୍ଡଳୀ ଦଳର କାର୍ଯ୍ୟକର୍ତ୍ତା ଙ୍କୁ ବୌଦ୍ଧିକ ଶିକ୍ଷା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ଅଛି । ମଣ୍ଡଳ ର ସଭାପତି ଟୁକୁନା ମହାନ୍ତ ଙ୍କ ସଂଯୋଜନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ରେ ବର୍ଗାଧିକାରୀ ଭାବେ ସନ୍ତୋଷ ଯେନା ଦାଇତ୍ୱ ନିର୍ବାହ କରିଥିବାବେଳେ ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଜିଲ୍ଲା ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତସିଂହାର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଆଜି ମୋଟ ପାଞ୍ଚ ଟି ବିଷୟ ଯଥା ଭାଜପା ଓ ଆମର ଦାଇତ୍ୱ, ସଂଗଠନ ସଂରଚନା ରେ ଆମ ଭୂମିକା, ନିର୍ବାଚନ ପରିଚାଳନା, ସାମାଜିକ ଗଣମାଧ୍ୟମ ର ଭୂମିକା,ନେତୃତ୍ୱ ବିକାଶ ଉପରେ ବକ୍ତା ମାନେ ନିଜର ମତ ରଖିଛନ୍ତି । କାର୍ଯ୍ୟକ୍ରମ ରେ ପୂର୍ବତନ ଜିଲ୍ଲାପରିଷଦ ର ସଭାନେତ୍ରୀ ମମିତା ନାୟକ, ଯୁବନେତା ଯଜ୍ଞ ପ୍ରସାଦ, ବରିଷ୍ଠ ନେତା ବିଜୟ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ ଏବଂ ଜିଲ୍ଲା ସଭାପତି ଶ୍ରୀ ମହାନ୍ତ ବର୍ମା ନିଜ ନିଜ ବିଷୟରେ ବୌଦ୍ଧିକ ପ୍ରଦାନ କଟିଥିଲେ । ଅନ୍ୟମାନଙ୍କ ମଧ୍ୟ ରେ ବରିଷ୍ଠ କାର୍ଯ୍ୟକର୍ତ୍ତା ସୁମତି ଯେନା, ଟିକି କିସ୍କୁ, ବଳଭଦ୍ର ବାରିକ, କୈଳାଶ ସାମଲ, ଶଶିକାନ୍ତ ରାଉତ, ହେମନ୍ତ ମହାନ୍ତ,ବସନ୍ତ ସାହୁ , ମଧୁସୂଦନ ରାଉତ, ହରମୋହନ ଶାସିନୀ ,ମିଲୁ ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ୬ ପଂଚାୟତର ୩୭ ଟି ବୁଥ ରୁ ୧୬୮ ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତା ଭାଗ ନେଇଛନ୍ତି । କାର୍ଯ୍ୟକ୍ରମ ପୂର୍ବରୁ ମଣ୍ଡଳ ସଭାପତି ଟୁକୁନା ମହାନ୍ତ ଙ୍କ ସ୍ୱର୍ଗତ ପିତା ଅଭିରାମ ମହାନ୍ତ ଙ୍କ ଆତ୍ମା ର ସଦଗତି ପାଇଁ ପ୍ରଶିକ୍ଷଣ ଶିବର ରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପ୍ରହଲ୍ଲାଦ ପ୍ରଭାସିନୀ ନାୟକ, ପ୍ରତାପ ରାଜ, ଶରତ ନାୟକ,ସୁକାନ୍ତ ଯେନା, ସନ୍ୟାସୀ ପାତ୍ର, ବିଜୟ ଜେନା, ମନ୍ଦାକିନୀ ନାୟକ, ସମୀର ଯେନା,ନିରଞ୍ଜନ ସାହୁ,ପ୍ରଶାନ୍ତ ଯେନା, ରାଜକିଶୋର ଓଝା, ନିର୍ମଳ ଦେହୁରୀ, ମଣୀ ନାୟକ, ତ୍ରିଲୋଚନ ପଲେଇ, ପବିତ୍ର ମହାନ୍ତ ପ୍ରମୁଖ ଵର୍ଗ ପରିଚାଳନା ରେ ସହଯୋଗ କରିଥିଲେ ।
Comments ସମସ୍ତ ମତାମତ