ମୁଖ୍ୟ ଖବର
ଅହମ୍ମଦାବାଦ: ଗୁଜରାଟ କଂଗ୍ରେସ ନେତା ତଥା ପଟିଦାର ଆନେ୍ଦାଳନର ନେତୃତ୍ୱ ନେଉଥିବା ହାର୍ଦ୍ଧିକ ପଟେଲ ଗତ ଜାନୁଆରି ୧୮ରୁ ନିଖୋଜ ହୋଇ ଯାଇଛନ୍ତି । ରାଷ୍ଟ୍ରଦ୍ରୋହ ମାମଲାରେ ଜାନୁଆରି ୧୮ରେ ପୁଲିସ ଗିରଫ କରିବା ପରଠାରୁ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ ବୋଲି ହାର୍ଦ୍ଧିକଙ୍କ ପତ୍ନୀ କିଞ୍ଜଲ ଅଭିଯୋଗ କରିଛନ୍ତି । କୋର୍ଟ ତାଙ୍କ ବିରୋଧରେ ଜାମିନବିହିନ ଗିରଫ ପରୱାନା ଜାରି କରିଥିଲା । ଏହା ବଳରେ ପୁଲିସ ଜାନୁଆରି ୧୮ରେ ତାଙ୍କୁ ଗିରଫ କରିଥିଲା । ତାଙ୍କୁ ୪ ଦିନ ପାଇଁ ଜାମିନ ମିଳିଥିଲା । ପୁଣି ଅନ୍ୟ ଦୁଇଟି ମାମଲାରେ ପୁଲିସ ତାଙ୍କୁ ଆଉଥରେ ଗିରଫ କରି ନେଇଥିଲା । ଏହି ଦୁଇଟି ମାମଲାରେ ହାର୍ଦ୍ଧିକଙ୍କୁ ଜାନୁଆରି ୨୪ରେ ପୁଣିଥରେ ଜାମିନ ମିଳିଥିଲା । ମାତ୍ର ଫେବ୍ରୁଆରି ୭ରେ ଟ୍ରାଏଲ କୋର୍ଟ ତାଙ୍କ ବିରୋଧରେ ପୁଣି ଜାମିନବିହିନ ଗିରଫ ପରୱାନା ଜାରି କରିଥିଲେ । କିନ୍ତୁ ହାର୍ଦ୍ଧିକ ସେବେଠୁ ନିଖୋଜ ଅଛନ୍ତି । ତାଙ୍କର କୌଣସି ସନ୍ଧାନ ମିଳୁନାହିଁ ବୋଲି ତାଙ୍କ ପତ୍ନୀ କିଞ୍ଜଲ କହିଛନ୍ତି ।
Comments ସମସ୍ତ ମତାମତ