ମୁଖ୍ୟ ଖବର
କିସିଂ ସିନ୍ ଦେବାରେ ସେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଖାଲି କ’ଣ କିସ ଲିପକିସ ଲାଗି ସତେଯେପରି ସେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି । ବଲିଉଡ ଅଭିନେତା ଇମରାନ ହାସମି ନାଁ ଶୁଣିଲେ କେତେ ଯେ ନାୟିକାଙ୍କ ହୋସ ଉଡ଼ିଯାଉଥିବ ତା’ର ହିସାବ ନାହିଁ । ଏହି ନାୟକ ଚୁମ୍ମା ଦେଉ ଦେଉ ଏବେ ‘ହାରାମି’ ପାଲଟି ଯାଇଛନ୍ତି । କଥାକ’ଣ କି ନିଜର ଅପକମିଂ ଫିଲ୍ମ ‘ହାରାମି’ର ପ୍ରଥମ ଲୁକରେ ଇମରାନ ଜବରଦସ୍ତ ଲୁକ ସହ ପରଦାକୁ ଫେରୁଛନ୍ତି । ହାରାମି’ର ଫାଷ୍ଟଲୁକ୍ ସୋଶିଆଲ ମିଡ଼ିଆରେ ସେ ସେୟାର କରିଛନ୍ତି । ତେବେ ଶ୍ୟାମ ମଦିରାଜୁଙ୍କ ଦ୍ୱାରା ନିଦେ୍ର୍ଧଶନାରେ ଇମରାମଙ୍କନ ନଜରିଆ ଟିକେ ସ୍ୱତନ୍ତ୍ର ରହିଛି । ଲମ୍ବା ବାଳ, ବଢ଼ିଥିବା ଦାଢ଼ି, ଆଖିରେ ଚଷମା, ଗଳାରେ ସୁନା ଚେନ ପିନ୍ଧି ଠିକ ହାରାମି ପରି ଦିଶିଛନ୍ତି । ଏହି ପୋଷ୍ଟଟିରେ ‘ହାରାମି ଫାଷ୍ଟ ଲୁକ’ ଲେଖି କ୍ୟାପସନ ମଧ୍ୟ ସେୟାର କରିଛନ୍ତି । ଯାହାପଳରେ ପୋଷ୍ଟଟି ବେଶ ଭାଇରାଲ ହେବା ସହ ପ୍ରଶଂସକ ଏଥିରେ ଉତ୍ତମ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଶ୍ୟାମଙ୍କ ଦ୍ୱାରା ଦିଆଯାଇଥିବା ସ୍କ୍ରିପ୍ଟ ଇମରାନଙ୍କୁ ବେଶ ପସନ୍ଦ ଆସିଥିଲା ଯେ ଏହି ଫିଲ୍ମ ଲାଗି ହଁ ଭରିଥିଲେ । ଶ୍ୟାମଙ୍କ ଏହି ହାରାମି ଟିମକୁ ଅନେକ ପ୍ରଶଂସା ମିଳିଛି ।
Comments ସମସ୍ତ ମତାମତ