Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କେଶ ପାଇଁ ବହୁତ ଉପଯୋଗୀ ଏହି ଘରୋଇ ଉପଚାର

    Share on :
    ajab-Image
    Date: Mar 4, 2021    Views: 2424

    ପନିପରିବା ଭିତରେ ପିଆଜ ସବୁଠୁ ବେଶୀ ଦରକାରୀ ଜିନିଷଟିଏ । ଆମର ରୋଷେଇ ଘରେ ଏହାକୁ ବେଶୀ ଆବଶ୍ୟକ ହୋଇଥାଏ ।  ପିଆଜ ଦେଶର ସବୁଠୁ ଅଧିକା ଖାଇବାରେ ବ୍ୟବହୃତ ହେଉଥିବା ପରିବା ମଧ୍ୟରୁ ଗୋଟିଏ । କିନ୍ତୁ ଅନେକ ଲୋକ  ଏହା ଜାଣିନାହାନ୍ତି , ପିଆଜ ଆମର କେଶର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଫଳପ୍ରଦ ହୋଇଥାଏ ।

     ପିଆଜ ଆପଣଙ୍କ କେଶକୁ  ଦୃଢ଼ ରଖିବାରେ ସାହାଯ୍ୟ କରିଥାଏ , କେଶକୁ ଝଡ଼ିବାରେ ରୋକିଥାଏ ଏବଂ କେଶର ଅନ୍ୟ ସମସ୍ୟାଗୁଡ଼ିକୁ ମଧ୍ୟ ଦୂର କରିଥାଏ ।

    ଯଦି ଆପଣ ନିଜର କେଶ ପାଇଁ ପିଆଜର ଏହି ସବୁ ଗୁଣର ଲାଭ ପାଇବାକୁ ଚାହୁଁଛନ୍ତି , ତ ଏଥିପାଇଁ ସବୁଠୁ ଭଲ ଉପାୟ ହେଉଛି ପିଆଜ ତେଲ ଲଗାଇବା । ପିଆଜ ତେଲ ବଜାରରେ ସହଜରେ ମିଳିନଥାଏ , କିନ୍ତୁ ଆପଣ ବି ଏହାକୁ ଘରେ ତିଆରି କରିପାରିବେ ଏବଂ ଏହାକୁ ବନେଇବା ପ୍ରକ୍ରିୟା ବହୁତ ସହଜ । ନିୟମିତ  ରୂପରେ ପିଆଜ ତେଲ ବ୍ୟବହାର କରିବା ଦ୍ୱାରା କେଶ ମଜବୁତ୍‌ ହେବା ସବ ବୃଦ୍ଧି ଘଟିଥାଏ । ଆସନ୍ତୁ , ଆଣିବା ଘରେ ପିଆଜ ତେଲ ବନେଇବାର କଣ ରହିଛି ଉପାୟ –

    କେମିତି ବନେଇବେ ପିଆଜ ତେଲ ?
    ସବୁଠୁ ପ୍ରଥମେ ପିଆଜର ରସ ନିଅନ୍ତୁ । ଗ୍ରାଇଣ୍ଡର ବା ଜୁସ୍‌ ମେକରର ଉପଯୋଗ କରି ପିଆଜର ରସ ବାହାର କରନ୍ତୁ । ଯଦି ରସ୍ ନାହିଁ ତ ଆପଣ ତେଲ ପ୍ରସ୍ତୁତ କରିବା ପାଇଁ ପିଆଜର ପେଷ୍ଟ ମଧ୍ୟ ନେଇ ପାରିବେ ।  

    ଏବେ ଏକ ପ୍ୟାନ୍‌ରେ ନଡ଼ିଆ ତେଲ ପକାନ୍ତୁ ଓ ତେଲରେ ପିଆଜର ରସ ପକାନ୍ତୁ । ଭଲ ଭାବେ ଏହାକୁ ମିଶାନ୍ତୁ । ତାୱା ବା ଚୂଲାରୁ ବାହାରକୁ ଆଣନ୍ତୁ । ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ । ଉକ୍ତ ତେଲକୁ ଛାଣି ଏକ ପାତ୍ରରେ ରଖନ୍ତୁ ।  ଆପଣ ଏହି ତେଲକୁ ୬ମାସ ଯାଏ ବ୍ୟବହାର କରିପାରିବେ।

    ପିଆଜ ତେଲର ଉପଯୋଗ କେମିତି କରିବେ ?  
    ନିଜର କେଶକୁ ଦୁଇ ଭାଗରେ ବାଣ୍ଟି ଦିଅନ୍ତୁ । ଏହାପରେ ନିଜ କେଶର ମୂଳରେ ତେଲ ଲଗାଇବା ଆରମ୍ଭ କରନ୍ତୁ । ଧିରେ ଧିରେ ମାଲିସ୍‌ କରନ୍ତୁ ଏବଂ ନିଜର ହେୟାର କେୟାର ରୁଟିନ୍‌ରେ ପିଆଜର ତେଲ ସାମିଲ କରନ୍ତୁ । ଆପଣଙ୍କ କେଶ ବହୁତ ଶୀଘ୍ର ଶକ୍ତ ଓ ଘନ କଳା ହୋଇଯିବ ।

    Maximum 500 characters

    ବିଶେଷ View all

    Find Us on Facebook