Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍

    Share on :
    ajab-Image
    Date: May 23, 2020    Views: 3287

    ଭୁବନେଶ୍ୱର:  କରୋନାର ସଂକ୍ରମଣ ରୋକିବାକୁ ପ୍ରତିଷେଧକ ଔଷଧ ଭାବେ ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାରକୁ ନେଇ ଆସିଲା ନୂଆ ଗାଇଡଲାଇନ୍ ।  ଆଇସିଏମଆରର ସୁପାରିଶ କ୍ରମେ ଏହି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । ବିଶ୍ୱ ମହାମାରୀ କରୋନାର ସଂକ୍ରମଣକୁ ରୋକିବା ପାଇଁ କେଉଁମାନେ ଏହି ପ୍ରତିଷେଧକ ଔଷଧ ସେବନ କରିପାରିବେ ସେ ସଂପର୍କରେ ସ୍ପଷ୍ଟ କରାଯାଇଛି ।  ନୂଆ ଗାଇଡଲାଇନ ଅନୁସାରେ ପ୍ରତିଷେଧକ ଔଷଧ ଭାବରେ କେଉଁମାନେ  ଏହି କ୍ଲୋରୋକୁଇନ ବଟିକା  ଖାଇ ପାରିବେ ସେ ସମ୍ପର୍କରେ ଜାଣନ୍ତୁ।

    – କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା କିନ୍ତୁ କରୋନାର କୌଣସି ଲକ୍ଷଣ ନଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ
    – କଂଟେନମେଂଟ ଜୋନ୍ ବା ଅବରୋଧ ଅଂଚଳରେ କାମ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ
    – ଅଣ କୋଭିଡ ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ
    – କରୋନା ସଂକ୍ରମିତ ଅଂଚଳରେ କାମ କରୁଥିବା ପୋଲିସ ଓ ଅର୍ଦ୍ଧସମାରିକ ବଳର କର୍ମଚାରୀ
    – କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସୁଥିବା କିନ୍ତୁ କରୋନା ଲକ୍ଷଣ ନଥିବା ପରିବାର ସଦସ୍ୟ

    Maximum 500 characters

    ତାଜା ଖବର View all

    Find Us on Facebook