Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

ବିଶେଷ

ମୁଖ୍ୟ ଖବର

    ପିଜୁଳି ଖାଇବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

    Share on :
    ajab-Image
    Date: Oct 17, 2020    Views: 2839

    ଯେଉଁମାନଙ୍କୁ ଥଣ୍ଡା ଲାଗି ରହିଥାଏ, ସେମାନେ ଅଧିକ ପିଜୁଳି ଖାଇବା ଉଚିତ ନୁହେଁ।

    ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ରହିଛି ସେମାନେ କମ ପରିମାଣର ମଞ୍ଜି ଥିବା ପିଜୁଳି ଖାଇପାରିବେ।
    ନିୟମିତ ସକାଳ ସମୟରେ ୨୦୦ ରୁ ୩୦୦ ଗ୍ରାମ ପିଜୁଳି ଖାଇବା ଦ୍ୱାରା ଶରୀରରୁ ବହୁ ରୋଗ ଦୂର ହୋଇଥାଏ।
    ଯେଉଁମାନଙ୍କ ମୁଣ୍ଡ ବିନ୍ଧ୍ୟା (ଅର୍ଦ୍ଧ କପାଳୀ) ହେଉଥାଏ, ସେମାନେ କଞ୍ଚା ପିଜୁଳିକୁ ପେଷି ମଥାରେ ଲଗାଇଲେ ଏହି ସମସ୍ୟା ଦୂର ହୋଇଥାଏ।
    ପିଜୁଳିରେ ୮୯.୯ କାର୍ବୋହାଇଡ଼୍ରେଡ଼, ୧୪.୯ ପ୍ରୋଟିନ, ୧.୨ ଖଣିଜ ଲବଣ ଥାଏ। ଏହାସହ ଏଥିରେ ଭରପୁର ମାତ୍ରାରେ ଭିଟାମିନ ସି, କ୍ୟାଲସିୟମ, ଫସଫରସ, ଆଇରନ ରହିଛି।
    ଯେଉଁ ମାନଙ୍କର ପେଟ ଯନ୍ତ୍ରଣା ଲାଗି ରହିଥାଏ, ସେମାନେ ପାଚିଲା ପିଜୁଳି ସହ କମ କଳାଲୁଣ ମିଶାଇ ଖାଇବା ଉଚିତ।
    ଯେଉଁମାନଙ୍କର କୋଷ୍ଠକାଠିନ୍ୟ ସମସ୍ୟ ରହିଛି, ସେମାନେ ପିଜୁଳିରେ କଳା ଲୁଣ, ଅଦା, ଗୋଲମରିଚ ମିଶାଇ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସହ ଗ୍ୟାସଟିକ ଦୂର ହୋଇଥାଏ। ଭୋକ ମଧ୍ୟ ସଠିକ ସମୟରେ ହୋଇଥାଏ।
    ଖାଦ୍ୟ ଖାଇବା ପରେ ପିଜୁଳି ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
    ଏହାସହ ଭୋଜନ ପୂର୍ବରୁ ଏହାକୁ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଗୋଲାପି, ଧଳା ମଞ୍ଜି, ବିନା ମଞ୍ଜି, ଅଳ୍ପ ଖଟାମିଠା, ମିଠା ଆଦି ପିଜୁଳି ସାଧାରଣତଃ ବଜାରରେ ଉପଲବ୍ଧ।
    ଧଳା ଅପେକ୍ଷା ଲାଲ କିମ୍ବା ଗୋଲାପି ରଙ୍ଗର ପିଜୁଳି ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ବୋଲି କୁହାଯାଏ। ମାତ୍ର ଧଳା ରଙ୍ଗର ପିଜୁଳିର ସ୍ୱାଦ ଅଧିକ ମିଠାଳିଆ।

    Maximum 500 characters

    ବିଶେଷ View all

    Find Us on Facebook