ମୁଖ୍ୟ ଖବର
ରାଉରକେଲା : ରାଉରକେଲାରେ ପୁଣି ଜିଏସ୍ଟି ଠକେଇ। ଡେଲିଭରି ବୟ, ମିସ୍ତ୍ରୀ, ପରିବା ଦୋକାନୀଙ୍କ ପରେ ଏଥର ଜିଏସ୍ଟି ଠକେଇର ମୋହରା ସାଜିଲେ କଲେଜ ଛାତ୍ର। ଏଥର କଲେଜ ଛାତ୍ରଙ୍କ ନାଁରେ ଜିଏସ୍ଟି ଠକେଇ ଅଭିଯୋଗ ହୋଇଛି।
ମିଳିଥିବା ସୂଚନାନୁସାରେ, ଷ୍ଟାର ବିଲେଟ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗ ହୋଇଛି। ଛାତ୍ର ଜଣଙ୍କ ହେଉଛନ୍ତି ରାଉରକେଲା ଜଗଦା ଅଞ୍ଚଳର ଘଟେଶ୍ବର ବାଗ। ତେବେ ଜିଏସ୍ଟି ପକ୍ଷରୁ ଆସିଛି ନୋଟିସ୍।
ସୂଚନାଯୋଗ୍ୟ ଯେ, ଗତ କିଛି ମାସ ପୂର୍ବରୁ ଜଣେ ପରିବା ଦୋକାନ ନାଁ ରେ ଜିଏସ୍ଟି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ପରିବା ଦୋକାନ ନାଁରେ ପ୍ରାୟ ୧୦୯ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗ ହୋଇଥିଲା। କାର୍ତ୍ତିକ ପରିବା ଦୋକାନ କରି ପରିବାର ଭରଣ ପୋଷଣ କରୁଥିବାବେଳେ ତାଙ୍କ ନାଁରେ ଲିଙ୍ଗରାଜ ଟ୍ରେଡର୍ସ ନାମକ ଏକ ଫେକ୍ କମ୍ପାନୀ କରାଯାଇ ଏହି ଠକେଇ ହୋଇଥିବା ସୂଚନା ମିଳିଥିଲା।
Comments ସମସ୍ତ ମତାମତ