Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜିଏସଟି ଠକେଇର ପର୍ଦ୍ଧାଫାସ: ୪ କୋଟିର ଚୀନ ସାମଗ୍ରୀ ଜବତ

    Share on :
    ajab-Image
    Date: Jun 27, 2020    Views: 4424

    ବେଙ୍ଗାଲୁରୁ: ଚୀନର ଓହାନ ସହରର ଜଣେ ନାଗରିକଙ୍କ ଦ୍ୱାରା କରାଯାଇଥିବା ଜିଏସଟି ଠକେଇର ପର୍ଦ୍ଧାଫାସ କରିଛି କର୍ଣ୍ଣାଟକ ବାଣିଜ୍ୟ କର ବିଭାଗ । ଏଠାକାର ଏକ ଅଘୋଷିତ ପଣ୍ୟାଗାରରୁ ୪ କୋଟି ଟଙ୍କାର ଚୀନ ସାମଗ୍ରୀ ଜବତ କରାଯାଇଥିବା ଜଣାଯାଇଛି ।
    ଚଢ଼ାଉ ବେଳେ ମୋଟ ୨୫,୪୪୬ ସଂଖ୍ୟକ ଚାଇନିଜ ଇଲୋକ୍ଟ୍ରନିକ୍ସ ଏବଂ ଖାଉଟି ସାମଗ୍ରୀ ପୁରୁଣା ଏୟାରପୋର୍ଟ ରୋଡସ୍ଥିତ ଏକ ୱେରହାଉସରୁ ଜବତ କରାଯାଇଛି । ଏହି ପଣ୍ୟାଗାର ବା ୱେରହାଉସକୁ ଉକ୍ତ ବ୍ୟକ୍ତି ଜଣକ ଲିଜରେ ନେଇଥିଲେ । ସାମଗ୍ରୀ ଏବଂ ସେବା ଟିକସ ଅନ୍ତର୍ଗତ ସେ କେନ୍ଦ୍ର ଏବଂ ରାଜ୍ୟ କ୍ଷେତ୍ରାଞ୍ଚଳରେ ୬୦ ରୁ ଅଧିକ ଜିଏସଟି ପଞ୍ଜୀକରଣ କରିଛନ୍ତି । ଚୀନ ସାମଗ୍ରୀର ଅନଲାଇନ କାରବାର ପାଇଁ ଏକାଧିକ ଲୋକଙ୍କ ନାଁରେ ପଞ୍ଜୀକରଣ ହୋଇଥିବା ଜଣାଯାଇଛି । ଅଧିକାଂଶ ପଞ୍ଜୀକରଣ କ୍ଷେତ୍ରରେ ରିଟର୍ଣ୍ଣ ଦାଖଲରେ ଅନିୟମିତତା ଦେଖାଦେଇଛି । ଟିକସ ପୈଠକରେ ମଧ୍ୟ ଅନିୟମିତତା ହୋଇଛି । ଏକାଧିକ ସଂସ୍ଥା ‘ନିଲ ରିଟର୍ଣ୍ଣ’ ଦାଖଲ କରିଥିବା ବେଳେ କେତେକ ଆଦୌ ରିଟର୍ଣ୍ଣ ଦାଖଲ କରିନାହାନ୍ତି ।
    ପଞ୍ଜୀକରଣ ତଥ୍ୟରୁ ଜଣାଯାଇଛି ଯେ, ୨୦୧୭-୧୮ରେ ଗୋଟିଏ, ୨୦୧୮-୧୯ ରେ ୪୩, ୨୦୧୯-୨୦ ରେ ୧୪ ଏବଂ ୨୦୨୦-୨୧ ରେ ୨ଟି ବ୍ୟବସାୟ ପଞ୍ଜୀକରଣ ହୋଇଛି । ୬୦ଟି ସଂସ୍ଥା ମଧ୍ୟରୁ ଅଧିକାଂଶ ପ୍ରାଇଭେଟ ଲିମିଟେଡ କମ୍ପାନୀ ଏବଂ ୫୮ଟି ସଂସ୍ଥାର ନିଦେ୍ର୍ଧଶକମାନଙ୍କୁ ଏପଟ ସେପଟ କରାଯାଇଛି । ଚଢ଼ାଉ ବେଳେ ଉକ୍ତ ଚୀନ ନାଗରିକ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ସେଠାରେ ଉପସ୍ଥିତ ନଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook