Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଜିଏସ୍ଟିକୁ ଆସିବ ପ୍ରାକୃତିକ ଗ୍ୟାସ, ଏଟିଏଫ୍

    Share on :
    ajab-Image
    Date: Oct 30, 2019    Views: 18

    ନୂଆ ପ୍ରସ୍ତାବ ଆଣୁଛି ପେଟ୍ରୋଲିୟମ ମନ୍ତ୍ରାଳୟ, ଅଟୋରୁ ବିମାନ ଭଡ଼ା ଯାଏ ସବୁ ହେବ ଶସ୍ତା
    ନୂଆଦିଲ୍ଲୀ :  ସାମଗ୍ରୀ ଓ ସେବା .....(ଜିଏସଟି)କୁ ଆସିବ ପ୍ରାକୃତିକ ଗ୍ୟାସ ଏବଂ ବିମାନ ରନ୍ଧନ ଏଟିଏଫ୍ । ଏ୍ଥିପାଇଁ ଏକ ନୂଆ ପ୍ରସ୍ତାବ ଆଣିବାକୁ ଯାଉଛି ପେଟ୍ରୋଲିୟମ ମନ୍ତ୍ରାଳୟ । ଚିଠା ପ୍ରସ୍ତୁତ ହୋଇଗଲା ପରେ ମନ୍ତ୍ରାଳୟ ଏହାକୁ ଅର୍ଥ ମନ୍ତ୍ରାଳୟ ନିକଟକୁ ପଠାଇବ ।
    ସୂତ୍ରରୁ ଜଣାଯାଇଛି ଯେ, ନୂଆ ପ୍ରସ୍ତାବକୁ ନେଇ ତୈଳ କମ୍ପାନୀ ଗୁଡ଼ିକ ନିକଟକୁ ପରାମର୍ଶ ଲୋଡ଼ା ଯାଇଛି । ଜିଏସଟି ପରିସରକୁ ଉଭୟ ଇନ୍ଧନକୁ ଅଣାଗଲେ କମ୍ପାନୀ ଗୁଡ଼ିକ ଉପରେ କେତେ ମାତ୍ରାରେ ଆର୍ଥିକ ବୋଝ ପଡ଼ିବ ତାହା ଜାଣିବା ପାଇଁ ଏମାନଙ୍କ ମତାମତ ଲୋଡ଼ାଯାଇଛି । ପ୍ରାକୃତିକ ଗ୍ୟାସ ଏବଂ ଆଭିଏସନ ଟରବାଇନ ଫ୍ଲୁଏଲ (ଏଟିଏଫ) ଯଦି ଜିଏସଟି ପରିସରକୁ ଆସେ ତା ହେଲେ ଅଟୋରୁ ଆରମ୍ଭ କରି ବିମାନଭଡ଼ା ସବୁକିଛି ଶସ୍ତା ହେବ । ଫଳରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିବ ।
    ନୂଆ ପ୍ରସ୍ତାବକୁ ନେଇ ଭିନ୍ନ ଭିନ୍ନ ମନ୍ତ୍ରାଳୟଗୁଡ଼ିକ ସହ ଅର୍ଥ ମନ୍ତ୍ରାଳୟର ଏକ ସମୀକ୍ଷା ବୈଠକ ହେବ, ଯେଉଁଥିରେ ପେଟ୍ରୋଲିୟମ ମନ୍ତ୍ରାଳୟ ସହ ଶକ୍ତି ମନ୍ତ୍ରାଳୟ ସାର ଏବଂ ଇସ୍ପାତ ମନ୍ତ୍ରାଳୟ ଯେଗା ଦେବେ । କମ୍ପାନୀଗୁଡ଼ିକ ଉପରେ କେତେ ମାତ୍ରାରେ ଆର୍ଥିକ ବୋଝ ପଡ଼ିବ ତାହା ଆଲୋଚନାର ବିଷୟବସ୍ତୁ ରହିବ ।
    ପେଟ୍ରୋଲିୟମ ମନ୍ତ୍ରାଳୟ କ୍ରମାଗତ ଭାବେ କ୍ରମାଗତ ଭାବେ ପ୍ରାକୃତିକ ଗ୍ୟାସ ଏବଂ ଏଟିଏଫ୍କୁ ଜିଏସଟି ପରିସରକୁ ଆଣିବା ପାଇଁ କଥାବାର୍ତ୍ତା କରି ଆସୁଛି । ନରେନ୍ଦ୍ର ମୋଦି ଦରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବି ଏହି ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ଜିଏସ୍ଟି ପରିଷଦ ବୈଠକରେ ଏହା ଉପରେ ଆଲୋଚନା ହୋଇପାରିନଥିଲା । ସଂସଦରେ ଷ୍ଟାଣ୍ଡିଂ କମିଟି ବି ନିଜ ସୁପାରିସରେ ଏହା କହିଥିଲା ଯେ, ଯେଉଁଗୁଡ଼ିକ ୨୦,୦୦୦ ମେଗାୱାଟ ଗ୍ୟାସ ଆଧାରିତ ପାୱାରପ୍ଲାଣ୍ଟ ସେଗୁଡ଼ିକ ବର୍ତ୍ତମାନ ସମସ୍ୟା ମଧ୍ୟରେ ଅଛନ୍ତି । ପ୍ରାକୃତିକ ଗ୍ୟାସକୁ ଜିଏସଟି ପରିସରକୁ ଆଣିଲେ କମ୍ପାନୀ ଗୁଡ଼ିକୁ ଇନପ୍ଲଟ୍ ଟିକସ ହାରରେ ଲାଭ ମିଳିବ ।
    ବିହାର, ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ଭଳି ରାଜ୍ୟ ଏଟିଏଫ ଏବଂ ପ୍ରାକୃତିକ ଗ୍ୟାସକୁ ଜିଏସଟି ପରିସରଭୁକ୍ତ କରିବା ଉପରେ ସହମତି ପ୍ରକାଶ କରିଛନ୍ତି । କାରଣ ଏହା ଦ୍ୱାରା ଏ ସବୁ ରଜ୍ୟ ଗୁଡ଼ିକ ଉପରେ ସେଭଳି ଆର୍ଥିକ ବୋଝ ପଡ଼ିବ ନାହିଁ । ଡିସେମ୍ବର ମଧ୍ୟଭାଗରେ ଜିଏସଟି ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ଏଥିରେ ଆଲୋଚ୍ୟ ପ୍ରସ୍ତାବକୁ ସ୍ଥାନିତ କରାଯାଇପାରେ ବୋଲି ଜଣାଯାଇଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook