Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମଧୁମେହ ରୋଗୀଙ୍କ ପାଇଁ ଅବ୍ୟର୍ଥ ଔଷଧ ଗ୍ରିନ୍‌ ଟି

    Share on :
    ajab-Image
    Date: Nov 21, 2020    Views: 3153

    ନିୟମିତ ଗ୍ରିନ୍‌ ଟି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ଶୀତଦିନେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଆଲ୍‌କାଲଏଡ୍‌ର ପରିମାଣ ଅଧିକ ଥିବାରୁ ଏହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଗ୍ରିନ୍‌ ଟିରେ ଭରପୂର ମାତ୍ରାରେ ଭିଟାମିନ୍‌ ଏ, ଭିଟାମିନ ଡି, ଭିଟାମିନ୍‌ ବି, ଭିଟାମିନ୍‌ ସି ରହିଥାଏ। ଏଥିସହ ମାଙ୍ଗାନିଜ୍‌, ଜିଙ୍କ୍‌ ଆଦି ଖଣିଜ ତତ୍ତ୍ୱ ଭରପୂର ପରିମାଣରେ ରହିଥାଏ। ଗୋଟିଏ କପ୍‌ ଗ୍ରିନ୍‌ ଟି ରେ ୯୯.୫ ପ୍ରତିଶତ ପାଣି ରହିଥାଏ ଯାହା ସ୍ୱାସ୍ଥ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଦ୍ୱାରା ମୁହଁର ତ୍ୱଚା କୁଞ୍ଚିତ ହେବା, ଫାଟିବା ଓ ଶୁଷ୍କ ହେବା ଭଳି ସମସ୍ୟାରୁ ରକ୍ଷା କରିଥାଏ। ଏବେ ଜାଣନ୍ତୁ ଗ୍ରିନ୍‌ ଟି ଆଉ କିଛି ଉପକାରିତା।

    ଓଜନ ହ୍ରାସ କରିବାର ସବୁଠାରୁ ଉତ୍ତମ ଏବଂ ସହଜ ଉପାୟ ହେଉଛି ଗ୍ରିନ୍‌ ଟି। ଏହା ଶରୀରରେ ବୃଦ୍ଧି କରାଉଥିବା ଅଦରକାରୀ ଚର୍ବି ଅଂଶକୁ କମାଇବାରେ ସାହାଯ୍ୟ କରିଥାଏ। ନିୟମିତ ସକଳେ ଗୋଟିଏ କପ୍‌ ଗ୍ରିନ୍‌ ଟି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ। ଏହା ମେଦ ହ୍ରାସ କରିବାରେ ସାହାଯ୍ୟ କରିଥାଏ।


    ଏହା କ୍ୟାନ୍‌ସର୍‌ ପାଇଁ ବେଶ ଉପଯୋଗୀ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ କ୍ୟାନ୍‌ସର୍‌ ଭଳି ମାରାତ୍ମକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।

    ଏହା ମସ୍ତିଷ୍କକୁ ଅଧିକ କାର୍ୟ୍ୟକ୍ଷମ କରାଇଥାଏ। ପ୍ରତିଦିନ ଗ୍ରିନ୍‌ ଟି ପିଉଥିବା ଲୋକଙ୍କର ମସ୍ତିଷ୍କ ଅନ୍ୟମାନଙ୍କ ତୁଳନାରେ ଅଧିକ କାର୍ୟ୍ୟକ୍ଷମ ହୋଇଥାଏ।

    ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ମଧୁମେହ ରୋଗୀ ଏହାକୁ ନିୟମିତ ୩ରୁ ୪ କପ୍‌ ପିଇବା ଉଚିତ୍‌। ଏହା ଶରୀରରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରିଥାଏ।

    ଏଥିରେ ପଲିଫେନୋଲ୍‌ ଆଣ୍ଟିଅକ୍ସିଡାଣ୍ଟ୍‌ ଥାଏ। ଏହା ଶରୀରକୁ ବୟସ ଜନିତ ତ୍ୱଚା କୁଞ୍ଚନରୁ ରକ୍ଷା କରିଥାଏ।

    ଗ୍ରିନ୍‌ ଟିରେ ଲିଥେନାଇନ୍‌ ରାସାୟନିକ ଦ୍ରବ୍ୟ ଥିବାରୁ ଏହା ଶାରୀରିକ ଏବଂ ମାନସିକ ଆରାମ ପ୍ରଦାନ କରିଥାଏ।

    ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଶରୀରକୁ ରୋଗମୁକ୍ତ କରିଥାଏ।

    Maximum 500 characters

    ବିଶେଷ View all

    Find Us on Facebook