Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅଧିନାୟକ ଭାବେ ଅସଫଳ କୋହଲି : ଗମ୍ଭୀର

    Share on :
    ajab-Image
    Date: Jun 16, 2020    Views: 4314

    ନୂଆଦିଲ୍ଲୀ : ସମ୍ପ୍ରତି ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଗଣା ହେଉଛନ୍ତି ଟିମ୍‍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ୧୧ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟରେ କୋହଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଅନେକ ରେକର୍ଡ ଭଙ୍ଗ କରିସାରିଛନ୍ତି । ଗତ ୫ ବର୍ଷ ଧରି ଭାରତୀୟ ଦଳର ନେତୃତ୍ୱ ନେଉଥିଲେ ହେଁ ଅଧିନାୟକ ଭାବେ କୋହଲି ଏ ପର୍ଯ୍ୟନ୍ତ କୌଣସି ସଫଳତା ଅର୍ଜନ କରିନାହାନ୍ତି ବୋଲି ପୂର୍ବତନ ଓପନର ଗୌତମ ଗମ୍ଭୀର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବ୍ୟାଟସମ୍ୟାନ ଭାବେ କୋହଲି ବେଶ ସଫଳ । ଅନେକ ରେକର୍ଡ ଭଙ୍ଗ କରିସାରିଛନ୍ତି । ଆହୁରି ଅନେକ ରେକର୍ଡ ଭାଙ୍ଗିବାର କ୍ଷମତା ତାଙ୍କ ନିକଟରେ ରହିଛି । ହେଲେ ଅଧିନାୟକ ଭାବେ ସେ ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି । ଦୁଇ କିମ୍ବଦନ୍ତୀ ବ୍ୟାଟସମ୍ୟାନ ୱେଷ୍ଟ ଇଣ୍ଡିଜର ବ୍ରାଏନ ଲାରା ଓ ଦକ୍ଷିଣ ଆଫି୍ରକାର ଜାକ କାଲିସଙ୍କ ଭଳି କୋହଲି ଅନେକ ବ୍ୟକ୍ତିଗତ ରେକର୍ଡ କରିଥିଲେ ହେଁ ଅଧିନାୟକ ଭାବେ ବିଫଳ । ଆଇସିସି ଟୁର୍ଣ୍ଣାମେଣ୍ଟ ଗୁଡ଼ିକରେ ଭାରତକୁ ଚାମ୍ପିଅନ ନକରାଇବା ପର୍ଯ୍ୟନ୍ତ କୋହଲିଙ୍କ ସ୍ୱପ୍ନ ପୂରଣ ହୋଇପାରିବ ନାହିଁ । ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ଆତ୍ମ ବିଶ୍ୱାସ ହରାଇ ବସୁଥିବା ଗମ୍ଭୀର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ୨୦୧୭ ଚାମ୍ପିଅନ ଟ୍ରଫି ଫାଇନାଲ ହେଉ କିମ୍ବା ୨୦୧୯ ବିଶ୍ୱ କପ ସେମି ଫାଇନାଲ, ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଆତ୍ମବିଶ୍ୱାସ ହରାଇ ବସୁଛି । ଯାହା ଫଳରେ ମ୍ୟାଚ ଜିତିବା କଷ୍ଟକର ହୋଇପଡ଼ୁଛି । ଶ୍ରେଷ୍ଠ ଦଳ ଭାବେ ବିବେଚିତ ହେବା ପାଇଁ ଚାପରେ ଶ୍ରେଷ୍ଠ ପ୍ରଦର୍ଶନ କରି ଜିତିବାକୁ ପଡ଼ିବ । ସୂଚନା ଯୋଗ୍ୟ, ୨୦୧୩ ଆଇସିସି ଚାମ୍ପିଅନ ଟ୍ରଫି ପରଠୁ ଭାରତ ଏ ପର୍ଯ୍ୟନ୍ତ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଜିତିପାରି ନାହିଁ ।

    Maximum 500 characters

    ଖେଳ ଖବର View all

    Find Us on Facebook