ମୁଖ୍ୟ ଖବର
ନୂଆଦିଲ୍ଲୀ: କରୋନା ଭୂତାଣୁ ପାଇଁ ଟିକା ବିକଶିତ ହେବା ଖବର ପ୍ରଚାରିତ ହେବା ପରେ ସୁନା ଦାମରେ ବଡ଼ ଧରଣର ହ୍ରାସ ଘଟିଛି । କେବଳ ସୁନା ନୁହେଁ ରୁପା ଦାମ ମଧ୍ୟ ହ୍ରାସ ପାଇଛି । ସୁନାର ୧୦ ଗ୍ରାମ ଦାମ ୫୦ ହଜାର ଟଙ୍କା ଭଳି ସ୍ତରକୁ ଖସି ଆସିଛି । କିଛି ଦିନ ତଳେ ଏହି ଦର ୫୫ ହଜାର ଟଙ୍କାରୁ ଉପର ସ୍ତରକୁ ଚାଲିଯାଇଥିଲା । ତେବେ ରୁଷିଆରେ କରୋନା ଟିକା ବିକଶିତ ହେବା ଖବର ପ୍ରଚାରିତ ହେବା ପରେ ଆନ୍ତର୍ଜାତିକ ବଜାରରେ ସୁନା ଦାମ ହ୍ରାସ ପାଇଛି । ସୁନାରେ ନିବେଶ କରିଥିବା ନିବେଶକମାନେ ଲାଭ ପାଇବା ଆଶାରେ ତାହାକୁ ବିକି୍ର କରିଦେବାରୁ ସୁନାର ମୂଲ୍ୟ ବହୁତ କମି ଯାଇଛି । ଏହି ମୂଲ୍ୟବାନ ହଳଦିଆ ଧାତୁର ଦାମ ୧୩୧୭ ଟଙ୍କା ଓ ରୂପାର କିଲୋ ପିଛା ଦାମ ୨୯୪୩ ଟଙ୍କା ହ୍ରାସ ପାଇଥିଲା ।
Comments ସମସ୍ତ ମତାମତ