Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ଦେଶ ବିଦେଶ

ମୁଖ୍ୟ ଖବର

    ଆତଙ୍କବାଦୀଙ୍କ ଟାର୍ଗେଟରେ ଗିରୀଶ ଚନ୍ଦ୍ର ମୁର୍ମୁ

    Share on :
    ajab-Image
    Date: Nov 7, 2019    Views: 1164

    ଜାମ୍ମୁ- ଜାମ୍ମୁ ଓ କାଶ୍ମୀର ଉପରାଜ୍ୟପାଳ ତଥା ଓଡ଼ିଆ ଆଇଏଏସ ଗିରୀଶ ମୁର୍ମୁ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି। ଏନେଇ ଜାମ୍ମୁ-କାଶ୍ମୀର ପୋଲିସକୁ ଅବଗତ କରାଇଛି ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)। ଗତ କିଛି ଦିନ ଧରି ଆତଙ୍କବାଦୀମାନେ ଯୋଜନା କରୁଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୫ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଜ୍ୟ ପୁନଗର୍ଠନ ପୂର୍ବକ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖ ଅକ୍ଟୋବର ୩୧ରେ ଅସ୍ଥିତ୍ଵକୁ ଆସିଛନ୍ତି। ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଥମ ଉପ ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଗୁଜରାତ କ୍ୟାଡରର ବରିଷ୍ଠ ଆଇଏଏସ ତଥା ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ। ସେ ଅକ୍ଟୋବର ୩୧ରେ ଉପ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। 

    ଜାମ୍ମୁ-କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳକୁ ବିକାଶର ମାର୍ଗରେ ନେବା ଗିରୀଶଙ୍କ  ଲାଗି ସବୁଠୁ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଆତଙ୍କବାଦୀଙ୍କ ଟାର୍ଗେଟରେ ଆସିବା ପରେ ତାଙ୍କର ସୁରକ୍ଷା ବଢାଇ ଦିଆଯାଇଛି। ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ସେନା ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook