Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଉଣୀ ଗାଳି ଦେଲା ବୋଲି ନିଜ ଦେହରେ ନିଅାଁ ଲଗାଇ ଦେଲା ନବମ ଶ୍ରେଣୀର ଛାତ୍ର

ଟଙ୍କା ପାଇଁ ହାଣିଲେ, ବାଇକ ଲୁଟିନେଲେ

ଉଠା ଦୋକାନୀଙ୍କ ତାଲିକା ମିଳିବା ପରେ ଥଇଥାନ ବ୍ୟବସ୍ଥା କରାଯିବ : ମନ୍ତ୍ରୀ

ବୋକୋରୋରେ ଦୁଇ ଯବାନ ସହିଦ, ଜଣେ ଆହତ

ଉତର ପୂର୍ବାଂଚଳରେ ୧୧ ଘଂଟିଆ ବନ୍ଦ ଡାକରା : ଦୋକାନ, କଲେଜ ସବୁ ବନ୍ଦ

ଗୁମ୍ଫା ଭିତରୁ ଯୁବକଙ୍କ ଶବ ଉଦ୍ଧାର

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଉଚ୍ଛେଦକୁ ବିରୋଧ କଲେ ବ୍ୟବସାୟୀ ଓ ନେତା, ଦାବି : ‘ଆଗ ଥଇଥାନ, ପଛରେ ଉଚ୍ଛେଦ’

banner

ରାଜନୀତି

ମୁଖ୍ୟ ଖବର

    ଗିରୀଶ ମୁର୍ମୁଙ୍କ ଦାୟିତ୍ୱଗ୍ରହଣ

    Share on :
    ajab-Image
    Date: Oct 31, 2019    Views: 371

    ଭୁବନେଶ୍ୱର: ଦାୟିତ୍ୱ ଗ୍ରହଣ କଲେ ଗିରୀଶ ଚନ୍ଦ୍ର ମୁର୍ମୁ ।  ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳଭାବେ ଗିରୀଶ ଚନ୍ଦ୍ର ମୁର୍ମୁ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।  ଏକ ଭବ୍ୟ ସମାରୋହରେ ଶ୍ରୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି ।  ଜାମ୍ମୁ-କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିଟ୍ଟଲ ପଦ ଓ ଗୋପନୀୟତାର ସହିତ ତାଙ୍କୁ ଶପଥ ପାଠ କରାଇଥିଲେ।  ।  କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ପ୍ରଥମ ରାଜ୍ୟପାଳଭାବେ ଶ୍ରୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି ।  ଶ୍ରୀ ମୁର୍ମୁଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର । 

    ଧାରା ୩୭୦ ଉଚ୍ଛେଦ ହେବା ପରେ ଆସନ୍ତା ଅକ୍ଟୋବର ୩୧ ତାରିଖରୁ ଜମ୍ମୁ କଶ୍ମୀର ଦୁଇ ଭାଗରେ ବିଭକ୍ତ ହୋଇ ପୃଥକ୍ ଭାବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଏବଂ ଲଦାଖରେ ପରିଣତ ହେବ । ଏପରି ଏକ ସମୟରେ ଏହି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଭାବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେବା ଅନେକ ଗୁରୁତ୍ୱ ବହନ କରୁଛି । ଗୁଜରାଟ କ୍ୟାଡରର ୧୯୮୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ମୁର୍ମୁଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ।

    Maximum 500 characters

    ରାଜନୀତି View all

    Find Us on Facebook