Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଘିଅରେ ସୌନ୍ଦର୍ଯ୍ୟ ଚର୍ଚ୍ଚା

    Share on :
    ajab-Image
    Date: Nov 27, 2019    Views: 229

    ପ୍ରାଚୀନ କାଳରୁ ଭାରତୀୟ ବ୍ୟଞ୍ଜନରେ ଘିଅର ବ୍ୟବହାର ହୋଇଆସୁଛି । ଖାଦ୍ୟ ସହ ଆମ ତ୍ୱଚା ଓ କେଶ ଚର୍ଚ୍ଚାରେ ମଧ୍ୟ ଘିଅର ଭୂମିକା ଗୁରୁତ୍ୱପୂର୍ଣ୍ଣ ।
    ଘିଅ ଅଧ ଚାମଚ ହାତ ପାପୁଲିରେ ନେଇ ସେଥିରେ ଅଳ୍ପ ପାଣି ମିଶାଇ ମୁହଁରେ ଭଲଭାବେ ମାଲିସ କରନ୍ତୁ । ଏହି ଉପାୟ ସପ୍ତାହରେ ୨-୩ ଥର କଲେ ତ୍ୱଚାରେ ଚମକ ଆସିଥାଏ । ଘିଅର ଶୁଦ୍ଧତା ପ୍ରଥମେ ପରଖିନେବା ଉଚିତ ।
    ଶୁଷ୍କ ତ୍ୱଚା ନିମନ୍ତେ ଘିଅ ଏକ ମହୌଷଧି ପରି କାମ କରେ । ଘିଅର କେଇ ବୁନ୍ଦା ହାତରେ ନେଇ ତ୍ୱଚାରେ ମାଲିସ କରିବେ । ଏହା ତ୍ୱଚା ପାଇଁ ମଏଶ୍ଚରାଇଜର ଭାବେ କାମ କରିଥାଏ ।
    ବଡ଼ି ଲୋଶନ ପରିବର୍ତ୍ତେ ଆପଣ ଘିଅକୁ ମଧ୍ୟ ପୂରା ଶରୀରରେ ଲଗାଇପାରିବେ । ଏହା ତ୍ୱଚାକୁ ମସୃଣ କରିଥାଏ ।
    ଶୋଇବା ପୂର୍ବରୁ ନିୟମିତ ଭାବେ ରାତିରେ ଘିଅ ତ୍ୱଚାରେ ଲଗାଇ ଶୁଅନ୍ତୁ । ଏହି ଉପାୟ ପ୍ରତ୍ୟହ କଲେ ତ୍ୱଚା ଭାଙ୍ଗ ସମସ୍ୟା ହୋଇନଥାଏ ।
    ଏହା ସହ ଓଠ ଫାଟୁଥିଲେ ଘିଅର ଏକ ଉତ୍ତମ ଔଷଧ ଭାବେ କାମ କରିଥାଏ । ଲିପଷ୍ଟିକ ଲଗାଇବା ପୂର୍ବରୁ ଆପଣ ଘିଅ ଓଠରେ ଲଗାଇପାରିବେ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook