Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି

    Share on :
    ajab-Image
    Date: Nov 1, 2019    Views: 19

    ନୂଆଦିଲ୍ଲୀ: ସରକାରୀ ତେଲ କମ୍ପାନୀ ଗୁଡ଼ିକ ଘରୋଇ ଇନ୍ଧନ ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି କରିବା ପାଇଁ ନିଷ୍ପତି ନେଇଛନ୍ତି । ଚଳିତ ମାସ ପହିଲାରେ ହିଁ ଏଚପିସିଏଲ, ବିପିସିଏଲ ଓ ଆଇଓସି ପକ୍ଷରୁ ଏହି ଜାରି କରାଯାଇଥିବା ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ ୭୬.୫ ଟଙ୍କା ବୃଦ୍ଧି କରାଯାଇଛି । ଆଜି ଠାରୁ ଗ୍ୟାସ ସିଲିଣ୍ଡର ଉପରେ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଛି । ଲଗାତର ୩ମାସ ହେଲା ଏଲପିଜି ଗ୍ୟାସରେ ଦର ବୃଦ୍ଧି ଘଟିଛି । ଇଣ୍ଡିଆନ ୃଏଲ କର୍ପୋରେସନ ୱେବସାଇଟରେ ଦିଆଯାଇଥିବା ମୂଲ୍ୟ ଅନୁସାରେ, ୧୪.୨କିଲୋ ଘରୋଇ ଗ୍ୟାସ ସିଲିଣ୍ଡର ଉପରେ ୭୬.୫ଟଙ୍କ ବୃଦ୍ଧି ଘଟି ୬୮୧.୫୦ ଟଙ୍କା ହୋଇଛଇ ଯାହା ଅକ୍ଟୋବରରେ ୬୦୫ ଟଙ୍କା ରହିଥିଲା । ସେହିପରି କମର୍ସିଆଲ ସିଲିଣ୍ଡର ଉପରେ ୧୧୯ ଟଙ୍କା ଦର ବୃଦ୍ଧି ପାଇଛି । ଫଳରେ ବର୍ତ୍ତମାନ ଏହି କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୨୦୪ଟଙ୍କା । ଯାହା ଅକ୍ଟୋବରରେ ୧୦୮୫ଟଙ୍କା ରହିଥିଲା । ଗ୍ୟାସ ସିଲିଣ୍ଡର ଉପରେ ଏହି ବର୍ଦ୍ଧିତ ଦର ନଭେମ୍ବର ପହିଲା ଅର୍ଥାତ ଆଜି ଠାରୁ ଲାଗୁ ହୋଇଛି ।

    Maximum 500 characters

    ଅର୍ଥନୀତି View all

    Find Us on Facebook