Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଗାଙ୍ଗୁଲିଙ୍କ ଭାଇ, ଭାଉଜଙ୍କୁ କରୋନା ଗୁଜବ

    Share on :
    ajab-Image
    Date: Jun 21, 2020    Views: 3838

    କୋଲକାତା: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ତଥା ବେଙ୍ଗଲର ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ସ୍ନେହାଶିଷ ଗାଙ୍ଗୁଲି ଓ ତାଙ୍କ ପତ୍ନୀ କରୋନା ଆକ୍ରାନ୍ତ । କେବଳ ଏମାନେ କୁହନ୍ତି, ଗାଙ୍ଗୁଲିଙ୍କ ପରିବାରର ଆଉ ଦୁଇ ଜଣ ସଦସ୍ୟଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଛି । ସମ୍ପ୍ରତି ବେଙ୍ଗଲ କି୍ରକେଟ ସଂଘର ସମ୍ପାଦକ ଥିବା ସ୍ନେହାଶିଷ କରୋନା ସଂକ୍ରମିତ ହୋଇଥିବା ଶୁକ୍ରବାର ସ୍ପଷ୍ଟ ହୋଇଥିଲା । ତାଙ୍କ ପତ୍ନୀଙ୍କ ସହ ଗାଙ୍ଗୁଲି ପରିବାରର ଅନ୍ୟ ତିନି ସଦସ୍ୟଙ୍କୁ ମଧ୍ୟ କରୋନା ହୋଇଥିବା ଶନିବାର ଜଣାପଡ଼ିଛି । ଏଭଳି ଏକ ଖବର ବେଙ୍ଗଲ କି୍ରକେଟ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏମାନଙ୍କ ଶରୀରରେ କରୋନା ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଥିଲା । ସମସ୍ତେ ଏବେ କୋଲକାତାର ବେହଲାଠାରେ ଥିବା ଗାଙ୍ଗୁଲିଙ୍କ ପୈତୃକ ଘରେ ରୁହନ୍ତି । କରୋନା ହୋଇଥିବା ଜଣାପଡ଼ିବା ପରେ ସମସ୍ତଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଭଲ ନ ହେବା ପର୍ଯ୍ୟନ୍ତ ସେମାନେ ସେଠାରେ ରହିବେ ବୋଲି ଖବର ପଦାକୁ ଆସିଥିଲା । ହେଲେ ଖବରରେ କୌଣସି ସତ୍ୟତା ନଥିବା ବେଙ୍ଗଲ କି୍ରକେଟ ସଂଘ କହିଛି । ନିଜେ ସ୍ନେହାଶିଷ ମଧ୍ୟ ଏହାକୁ ଖଣ୍ଡନ କରିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସ୍ନେହାଶିଷ ନିଜ ପ୍ରତିକି୍ରୟାରେ କହିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook