Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଗାଙ୍ଗୁଲିଙ୍କୁ ଆଇସିସି ଅଧ୍ୟକ୍ଷ ପାଇଁ ସ୍ମିଥଙ୍କ ସମର୍ଥନ

    Share on :
    ajab-Image
    Date: May 22, 2020    Views: 2666

    ଜୋହାନ୍ସବର୍ଗ: ଚଳିତ ମାସ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପରେ ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ସ୍ପଷ୍ଟ କରିସାରିଛନ୍ତି । ତେଣୁ ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏହି ପଦ ପାଇଁ ଦାବିଦାର କୁହାଯାଉଛି । ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ ଗୋୱରଙ୍କ ପରେ କି୍ରକେଟ ଦକ୍ଷିଣ ଆଫି୍ରକା (ସିଏସଏ) ର ନିଦେ୍ର୍ଧଶକ (କି୍ରକେଟ) ଗ୍ରେମ ସ୍ମିଥ ମଧ୍ୟ ଗାଙ୍ଗୁଲିଙ୍କୁ ଆଇସିସି ଅଧ୍ୟକ୍ଷ ପାଇଁ ସମର୍ଥନ କରିଛନ୍ତି ।

    ସେ କହିଛନ୍ତି, କରୋନା ବା କୋଭିଡ-୧୯ ମହାମାରୀ ସଂକଟ ସମୟରେ ଆଇସିସି ନେତୃତ୍ୱ ନେବା ପାଇଁ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି । ମୋ ମତରେ ଗାଙ୍ଗୁଲି ଏହି ପଦ ପାଇଁ ଉପଯୁକ୍ତ । ବର୍ତ୍ତମାନର କଠିନ ସମୟରେ ଜଣେ ଆଧୁନିକ କି୍ରକେଟ ସହ ଜଡ଼ିତ ଥିବା ବ୍ୟକ୍ତି ହିଁ ଏହି ଦାୟିତ୍ୱ ନେବା ଉଚିତ ।’ ମନୋହରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆଇସିସି ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ଆସନ୍ତା ୨୮ ତାରିଖରେ ଆଇସିସି ବୋର୍ଡ ବୈଠକ ବସିବ । ଏହି ବୈଠକରେ ନୂଆ ଅଧ୍ୟକ୍ଷ ନିର୍ବାଚନ ଏବଂ ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ବିଶ୍ୱକପ ଆୟୋଜନ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।
    ପୂର୍ବରୁ ଗୋୱର ମଧ୍ୟ ଗାଙ୍ଗୁଲିଙ୍କୁ ଆଇସିସି ଅଧ୍ୟକ୍ଷ ପାଇଁ ସମର୍ଥନ କରିଥିଲେ । ସେ କହିଥିଲେ ଗାଙ୍ଗୁଲିଙ୍କ ପାଖରେ ଆଇସିସି ଚଳାଇବାର କ୍ଷମତା ରହିଛି । ଏହି ପଦ ପାଇଁ ଯେଉଁ ରାଜନୈତିକ କୌଶଳ ଆବଶ୍ୟକ ତାହା ତାଙ୍କ ପାଖରେ ଅଛି । ସେ ସହଜରେ ବିସିସିଆଇର ସଞ୍ଚାଳନ କରିପାରୁଛନ୍ତି । ତେଣୁ ମୁଁ ଭାବୁଛି ଆଗାମୀ ସମୟରେ ଗାଙ୍ଗୁଲି ଆଇସିସିର ନେତୃତ୍ୱ ନେଇପାରିବେ ।’

    Maximum 500 characters

    ଖେଳ ଖବର View all

    Find Us on Facebook