Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଆଂଚଳିକ

ମୁଖ୍ୟ ଖବର

    ଡ୍ୟାମରେ ଭାସିଗଲେ ମାଇଁ ଓ ଭାଣେଜୀ

    Share on :
    ajab-Image
    Date: May 2, 2020    Views: 15310

    ଗଜପତିରୁ ଅଂଶୁମାନ ପଣ୍ଡା : ଲକଡାଉନ ପାଇଁ ଜନଜୀବନ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଅଡ଼ବା ଥାନା ଅଂଚଳରେ ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି  । ଡ୍ୟାମରେ ଗାଧୋଇବାକୁ ଯାଇଥିବା ମାଇଁ ଓ ଭାଣେଜୀ ଜଳସ୍ରୋତରେ ଭାସି ଯାଇଛନ୍ତି  । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଡ୍ୟାମରେ ବହୁ ଖୋଜାଖୋଜି ପରେ ଉଭୟଙ୍କ ମୃତୁ୍ୟ ଦେହ ଉଦ୍ଧାର କରିଛନ୍ତି  ।

    ମିଳିଥିବା ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବୁଡାଢ଼ିଅ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ସକାଳୁ ସକାଳୁ ମାଇଁ ଭାଣେଜି ଡ୍ୟାମକୁ ଗାଧୋଇ ଯାଇଥିଲେ  । ଡ୍ୟାମରେ ଗାଧୋଉଥିବାବେଳେ ଭାଣିଜୀର ଗୋଡ଼ ଖସି ଯାଇଥିଲା  । ଭାଣେଜୀକୁ ବଂଚାଇବା ପାଇଁ ମାଇଁ ଉଦ୍ୟମ କରିବାବେଳେ ସେ ବି ଜଳସ୍ରୋତରେ ଭାସି ଯାଇଥିଲେ  । ଅପରପକ୍ଷରେ ଦୀର୍ଘ ସମୟ ଧରି ମାଇଁ ଓ ଭାଣେଜୀ ନଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଦେଇଥିଲେ  । ପରେ ଅଡ଼ବା ଥାନା ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା  । ଖବର ପାଇଁ ଅଗ୍ନିଶମ ବିଭାଗ ଖୋଜାଖୋଜି ଆରମ୍ଭ କରିଦେଇଥିଲା  । ଅନେକ ସମୟ ଖୋଜିବା ପରେ ଡ୍ୟାମରୁ ଉଭୟଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା  ।

    Maximum 500 characters

    ଆଂଚଳିକ View all

    Find Us on Facebook