Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭତ୍ତା ବାବଦକୁ ଏତେ ଟଙ୍କା ପାଉଛନ୍ତି ଗଜପତି ମହାରାଜ

    Share on :
    ajab-Image
    Date: Feb 20, 2021    Views: 3784

    ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ହେଉଛନ୍ତି ଗଜପତି ମହାରାଜ । ଗଜପତି ମହାରାଜ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ମଧ୍ୟ । ଏଥିପାଇଁ ଗଜପତି ମହାରାଜଙ୍କ ମାସିକ ଭତ୍ତା ସାଙ୍ଗକୁ ଖେଇ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ସୂଚନା ଅଧିକାର ବଦଳରେ ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ସୂଚନା ମୁତାବକ, ଗଜପତି ମହାରାଜ ପରିଚାଳନା କମିଟିର ସ୍ଥାୟୀ ସଭାପତି ଥିବାରୁ ମାସିକ ୩୦ ହଜାର ଟଙ୍କାର ଭତ୍ତା ପାଉଛନ୍ତି । ହିସାବ କଲେ ପରିଚାଳନା କମିଟି ସ୍ଥାୟୀ ସଭାପତି ଭାବେ ଗଜପତି ମହାରାଜ ବାର୍ଷିକ ୩ ଲକ୍ଷ ୬୦ ହଜାର ଭତ୍ତା ପାଉଛନ୍ତି । ସେହିଭଳି ଶ୍ରୀମନ୍ଦିର କୋଠଭୋଗ ଗୋଦାମରୁ ଦ୍ରବ୍ୟ ଆକାରରେ ଗଜପତି ମହାରାଜଙ୍କୁ ପ୍ରତିଦିନ ୭ କେଜି ୩୫୦ ଗ୍ରାମ ଚୁନା ଚାଉଳ ପ୍ରଦାନ କରାଯାଉଛି । ହିସାବ କଲେ ବର୍ଷକୁ ପ୍ରାୟ ୨ ହଜାର ୬ ଶହ କେଜି ଚୁନା ଚାଉଳ ଗଜପତି ମହାରାଜଙ୍କୁ ପ୍ରଦାନ କରାଯାଉଛି । ବର୍ଷ ଉପରେ ନଜର ପକାଇଲେ, ୨୦୧୦ ମସିହା ଏପି୍ରଲ ଠାରୁ ୨୦୧୧ ମାର୍ଚ୍ଚ ପର୍ଯ୍ୟନ୍ତ ୩୬୫ ଦିନରେ ୨ ହଜାର ୬୮୨ କେଜି ୭୫୦ ଗ୍ରାମ ଚୂନା ଚାଉଳ ଗଜପତି ମହାରାଜ ପାଇଛନ୍ତି । ସେହିଭଳି ୨୦୧୯-୨୦ ରେ ୩୬୬ ଦିନରେ ୨ ହଜାର ୬୯୦ କେଜି ୧୦୦ ଗ୍ରାମ ଚାଉଳ ପାଇଛନ୍ତି । ଏହି ପରି ୧୦ ବର୍ଷରେ ପ୍ରାୟ ୨୬ ହଜାର ୮୪୯ କେଜି ଚାଉଳ ଚୁନା ଗଜପତି ମହାରାଜଙ୍କୁ ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook