Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗଡ଼କରୀଙ୍କୁ ଭେଟିଲେ ଅହମ୍ମଦ ପଟେଲ

    Share on :
    ajab-Image
    Date: Nov 7, 2019    Views: 1163

    ମୁମ୍ବାଇ : ମହାରାଷ୍ଟ୍ର ରାଜନୈତିକ ସଙ୍କଟ ପରିପ୍ରେକ୍ଷୀରେ ଗୋଟିଏ ପଟେ ଶିବସେନା ନେତା ସଞ୍ଜୟ ରାଉତ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଥିବା ବେଳେ ଅନ୍ୟ ପଟେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ କଂଗ୍ରେସ ନେତା ଅହମ୍ମଦ ପଟେଲ ସାକ୍ଷାତ କରିଛନ୍ତି । ରାଜନୈତିକ ସଙ୍କଟ ପ୍ରସଙ୍ଗରେ ହସ୍ତକ୍ଷେପ ଲାଗି ଶିବସେନାର ଅନୁରୋଧ ପରେ ସମାଧାନ ଲାଗି ଗଡ଼କରୀଙ୍କୁ ଆରଏସଏସ ମନୋନୟନ କରିଥିଲା । ଏହାର ଦିନକ ପରେ ବୁଧବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିଶ୍ୱସ୍ତ ଭାବେ ଜଣାଶୁଣା ପଟେଲ ତାଙ୍କୁ ସାକ୍ଷାତ କରିବା ଘଟଣା ରାଜନୈତିକ ମହଲରେ ନାନା କଳ୍ପନା ଜଳ୍ପନା ସୃଷ୍ଟି କରିଛି । ମଙ୍ଗଳବାର ରାତିରେ ଆରଏସଏସ ମୁଖ୍ୟ ମୋହନ ଭାଗବତ କାମଚଳା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ସହିତ ଆଲୋଚନା କରିଥିଲେ । ଅଯୋଧ୍ୟା ରାୟ ପୂର୍ବରୁ ଯଥାଶୀଘ୍ର ଆଲୋଚନା ମାଧ୍ୟମରେ କ୍ଷମତା କନ୍ଦରଳ ସମାଧାନ କରି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିବାକୁ ସେ ଫଡ଼ନାବିସଙ୍କ ପରାମର୍ଶ ଦେଇଥିଲେ । ଆଲୋଚନା ସଫଳ କରିବାର ଦାୟିତ୍ୱ ଉଠାଇବା ଲାଗି ଗଡ଼କାରୀଙ୍କୁ ଉଭୟ ଆରଏସଏସ ଓ ଶିବସେନା ପକ୍ଷରୁ ମନୋନୟନ କରାଯାଇଥିଲା ।
    ବୁଧବାର ଗଡ଼କାରୀଙ୍କ ସହିତ ହୋଇଥିବା ସାକ୍ଷାତ ରାଜନୈତିକ ଆଲୋଚନା ନଥିଲା ବୋଲି ପଟେଲ ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ଏହି ସାକ୍ଷାତ ଆଲୋଚନାର ସମୟ ଗୁରୁତ୍ୱ ବହନ କରେ । ବିରୋଧୀ ଦଳ ସହିତ ସୌହାଦ୍ଧ୍ୟପୂର୍ଣ୍ଣ ସମ୍ବନ୍ଧ ପାଇଁ ଗଡ଼କାରୀ ଖୁବ୍ ଜଣାଶୁଣା । ଅରୁଣ ଜେଟଲୀଙ୍କ ପରଲୋକ ପରେ ବିଜେପି ଏପରି ଜଣେ ନେତାଙ୍କ ସନ୍ଧାନରେ ଥିଲା ଯିଏକି ବିରୋଧୀ ଓ ଶାସକ ଦଳ ମଧ୍ୟରେ ସେତୁ ବାନ୍ଧି ପାରିବ । ନଭେମ୍ବର ୧୮ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଏହାକୁ ଫଳପ୍ରସୂ କରିବା ଲାଗି ସମସ୍ତ ରାଜନୈତିକ ଦଳରୁ ସହମତ କରିବା ଏହି ସାକ୍ଷାତକାର ଆଭିମୁଖ୍ୟ ବୋଲି କୁହାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook