Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଓଜନ କମ୍ କରିବାର ଉପାୟ

    Share on :
    ajab-Image
    Date: Dec 6, 2019    Views: 3081

    ଉଭୟ ଯୁବପିଢ଼ି ଓ ବୟସ୍କଙ୍କ ମଧ୍ୟରେ ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଛି ଓଜନ ବୃଦ୍ଧି । ନିଜକୁ ଫିଟ୍ ରଖିବା ନିମନ୍ତେ ଲୋକେ ଏବେ କେଟୋ ଡାଏଟ୍, ଜିମ୍ ଯିବା, ଡାଏଟିଂ କରିବା, ଯୋଗ ପ୍ରାଣାୟମ କରିବା ଇତ୍ୟାଦି ଉପରେ ପ୍ରାଧାନ୍ୟ ଦେଉଛନ୍ତି । ବିଶେଷଜ୍ଞଙ୍କ ମତରେ ଓଜନ ଥରେ ବଢ଼ିଲେ, ପରବର୍ତ୍ତୀ ସମୟରେ ନିୟନ୍ତ୍ରଣରେ ଆଣିବା କଷ୍ଟକର ବ୍ୟାପାର ଅଟେ ।
    ଓଜନ ବଢ଼ିବାର ପ୍ର୍ଥମ କାରଣ ହେଲା, ଅତ୍ୟଧିକ ପରିମାଣରେ ମାଦକ ଦ୍ରବ୍ୟ ସେବନ କରିବା । କାରଣ ନିଶାଗ୍ରସ୍ତ ରହିଲେ ଆମେ ଖାଇବା ବେଳେ ଅନୁମାନ କରିପାରିନଥାଉ, ଅଧିକ ପରିମାଣରେ ଅନେକ ସମୟରେ ଭୋଜନ କରୁ । ମଦ୍ୟପାନ କଲେ ଆମ ଯକୃତ ଠିକ୍ ଭାବେ କାମ କରିନଥାଏ ଓ ଶରୀରରେ କୋଲେଷ୍ଟରଲର ପରିମାଣ ବୃଦ୍ଧି ପାଏ । ଏହି ବଦଭ୍ୟାସ ହେବା ପରେ ଆମ ପେଟ ମଧ୍ୟ ବୃଦ୍ଧି ପାଇଥାଏ । ଏଣୁ ବେଳହୁଁ ନିଜ ମଦ୍ୟପାନରେ ନିୟନ୍ତ୍ରଣ କରିବାର ଅଭ୍ୟାସ କରିବା ଉଚିତ ।
    ଡାଏଟ୍ ଚାର୍ଟ ପ୍ରସ୍ତୁତ କରିବା ସମୟରେ କେତୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ପନିପରିବା ଓ ଦୁଗ୍ଧ ଜାତ ଦ୍ରବ୍ୟ ପ୍ରତ୍ୟହ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଏସବୁ ଭୋଜନ କରିବା ସହ ପ୍ରାଣାୟମ ଯୋଗ, ପ୍ରାତଃଭ୍ରମଣ କିମ୍ବା ଅନ୍ୟ କୌଣସି ଶାରୀରିକ ପରିଶ୍ରମ କଲେ ଜଣେ ବ୍ୟକ୍ତି ନିଜକୁ ଫିଟ୍ ରଖିପାରିବ ।
    ଭୋଜନ କରିବା ସମୟରେ ଟିଭି ଦେଖିବା, ପତି୍ରକା ପଢ଼ିବା, ଅନ୍ୟ କାହା ସହ କଥା ହେବା କିମ୍ବା ଫୋନ୍ରେ ବାର୍ତ୍ତାଳାପ କରିବା ଇତ୍ୟାଦି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ । ଏପରି କରୁଥିଲେ ଆପଣ ଭୋଜନରେ ସନ୍ତୁଷ୍ଟି ପାଇପାରିବେ ନାହିଁ । ବିଶେଷଜ୍ଞଙ୍କ ମତରେ ଭୋଜନ କରିବା ସମୟରେ ଅନ୍ୟ କାମ ନ କରିବା ହିଁ ମୂଳ ମନ୍ତ୍ର ।

     

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook