Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଢ଼ିଲା ଯୁକ୍ତ ଦୁଇ ଫର୍ମ ପୂରଣ ଅବଧି

    Share on :
    ajab-Image
    Date: Mar 4, 2021    Views: 3346

    ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସଇ) ଅଧୀନରେ ଯୁକ୍ତ ଦୁଇ(ଦ୍ୱାଦଶ) ପରୀକ୍ଷା ଦେବାକୁ ଆଶାୟୀ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ବିନା ଜରିମାନାରେ ଫର୍ମ ପୂରଣ ପାଇଁ ଚଳିତ ମାସ ୩ ତାରିଖ ଶେଷ ଦିବସ ଥିଲା । ତେବେ ସିଏଚ୍‌ଏସଇର ରେଗୁଲାର, ଏକ୍ସ୍‌ ରେଗୁଲାର୍‌ ଓ କରେସପଣ୍ଡେନ୍ସ୍‌ କୋର୍ସ ଛାତ୍ରଛାତ୍ରୀ ୫୦ ଟଙ୍କା ଜରିମାନା ଦେଇ ଚଳିତ ମାସ ୪ରୁ ୮ ତାରିଖ ପର୍ୟ୍ୟନ୍ତ ଫର୍ମ ପୂରଣ କରିପାରିବେ ।
    ସେହିପରି ୩୫୦ ଟଙ୍କା ଜରିମାନା ଦେଇ ଚଳିତ ମାସ ୯ରୁ ୧୨ ତାରିଖ ପର୍ୟ୍ୟନ୍ତ ଫର୍ମ ପୂରଣ କରିହେବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ରାଜ୍ୟରେ ଥିବା ସମସ୍ତ ଜୁନିୟର୍‌ କଲେଜ ବା ହାୟର୍‌ ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ବା ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook