ମୁଖ୍ୟ ଖବର
ଚୀନ ନିଜ ସ୍ୱାର୍ଥ ହାସଲ ପାଇଁ ଓ ନିଜ ଆଧିପତ୍ୟ ବିସ୍ତାର ପାଇଁ କିଛିବି କରିପାରେ । ଏହାର ପ୍ରମାଣ ଆମେ ଅନେକ ଥର ଅତୀତରେ ପାଇଛେ । ହେଲେ ଏବେ ସଂଖ୍ୟାଲଘୁ ସଂମ୍ପ୍ରଦାୟର ଲୋକଙ୍କ ପ୍ରତି ନିଷ୍ଠୁରତାର ସୀମା ପାର କରିଯାଇଛି ଚୀନ । ସଂଖ୍ୟାଲଘୁଙ୍କ ସଂଖ୍ୟା କମାଇବା ପାଇଁ ଏବଂ ଭବିଷ୍ୟତରେ ସେମାନଙ୍କର ସମ୍ପୂର୍ଣ ଚିହ୍ନବର୍ଣ୍ଣ ଲୋପ କରିଦେବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି । ସଂଖ୍ୟାଲଘୁ ମହିଳାମାନଙ୍କୁ ବନ୍ଧ୍ୟାକରଣ ପାଇଁ କୁହାଯାଉଛି । କଥା ନମାନିଲେ କିମ୍ବା ମନାକଲେ ଜୋରଜବରଦସ୍ତ କରାଯାଇ ବନ୍ଧ୍ୟାକରଣ କରାଯାଉଛି । ଏହି ଘୃଣ୍ୟ କାମରେ ଚୀନର ବହୁ ଉଚ୍ଚପଦସ୍ତ ଅଧିକାରୀଙ୍କ ହାତରହିଛି । ବରିଷ୍ଠ ଅଧିକାରୀମାନେ ଏଥିରେ ସମୃକ୍ତ ରହି ବନ୍ଧ୍ୟାକରଣ କରୁଥିବା ରିପୋର୍ଟ ସାମ୍ନାକୁ ଆସିଛି । ତେବେ ଏହି କାମ ଚୀନର ବିଭିନ୍ନ ଅଂଚଳରେ ହେଉଥିବାବେଳେ ପଶ୍ଚିମ ଜିନଜିଆଙ୍ଗ ଅଂଚଳରେ ଅଧିକ ମାତ୍ରାରେ ଚାଲିଛି । ଅନ୍ୟ ପକ୍ଷରେ ଏହି ଖବରକୁ ବେଜିଂ ପକ୍ଷରୁ ଖଣ୍ଡନ କରାଯାଇଥିବାବେଳେ ୧୦ଲକ୍ଷରୁ ଅଧିକ ଲୋକଙ୍କୁ ବନ୍ଦୀ କରି ରଖାଯାଇଛି । ଏହି ବନ୍ଦୀ ଖବରକୁ ମଧ୍ୟ ଚାଇନା ସ୍ୱୀକାର କରିବାକୁ ନାରାଜ । ଚୀନର ଏଭଳି ନୀତି ପାଇଁ ଏବେ ବିଶ୍ୱ ସମୁଦାୟରେ କୋଣଠେସା ହେବାକୁ ଯାଉଛି ।
ପ୍ରସ୍ତୁତି : ହରପ୍ରିୟା ପୃଷ୍ଟି
Comments ସମସ୍ତ ମତାମତ