Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଓଡ଼ିଶାରେ ବେଳାଭୂମି ଫୁଟବଲ ପ୍ରତିଯୋଗିତା

    Share on :
    ajab-Image
    Date: Feb 20, 2021    Views: 3112

    ଭୁବନେଶ୍ୱର: ପ୍ରଥମ ଥର ଲାଗି ଓଡ଼ିଶାରେ ବେଳାଭୂମି ଫୁଟବଲ ପ୍ରତିଯୋଗିତା ଆୟୋଜିତ ହେବା ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓ ଓଡ଼ିଶା ପର୍ଯ୍ୟଟନ ବିଭାଗ ମିଳିତ ଆନୁକୁଲ୍ୟରେ ଏହି ପ୍ରତିଯୋଗିତା କୋଣାର୍କସ୍ଥିତ ଚନ୍ଦ୍ରଭାଗା ବେଳାଭୂମିରେ ଚଳିତ ମାସ ୨୨ ଓ ୨୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ । ଏହାର ବୈଷୟିକ ସହଯୋଗୀ ଓଡ଼ିଶା ଫୁଟବଲ କ୍ଲବ (ଓଏଫସି) ରହିଛି । ଏଥିରେ ମୋଟ ୧୦ ଦଳ (ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ନାଲକୋ, ଟାଟା ଷ୍ଟିଲ ଗୁପ୍ତା ପାୱାର, ଇଣ୍ଡିଆନଅଏଲ, ସିଏସଏମ, ପାରାଦୀପ ଫସଫେଟସ ଲିମିଟେଡ, ପାରାଦୀପ ପୋର୍ଟ ଟ୍ରଷ୍ଟ, ଗ୍ରୀଡକୋ ଓ କ୍ୟାପଜେମିନି) ଭାଗ ନେବେ । ଏହି ୧୦ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ମ୍ୟାଚ ଗୁଡ଼ିକ ୧୨ ମିନିଟ ବିଶିଷ୍ଟ ଓ ପ୍ରତି ୩ ମିନିଟ ଅନ୍ତରାଳ ରହିବ ଏବଂ ଫ୍ଲଡଲାଇଟରେ ଖେଳାଯିବ । ମ୍ୟାଚ ଅପରାହ୍ନ ୪ଟାରେ ଆରମ୍ଭ ହେବ । ଫାଇନାଲ ମ୍ୟାଚ ୨୩ ତାରିଖ ୬.୩୦ ରେ ଖେଳାଯିବା ଲାଗି ସୂଚୀ ପ୍ରସ୍ତୁତ ହୋଇଛି । ‘ମୁଁ ଦୃଢ଼ ଭାବେ ବିଶ୍ୱାସ କରୁଛି ଏହି ପ୍ରତିଯୋଗିତା ଓଡ଼ିଶାର ପର୍ଯ୍ୟଟନ ଓ କ୍ରୀଡ଼ାକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ଦ୍ୱୈତ ଭୂମିକା ତୁଲାଇବ’ ବୋଲି କହିଛନ୍ତି ବିଭାଗୀୟ ସଚିବ ବିଶାଲ କୁମାର ଦେବ । ଆମେ ଏଭଳି ଏକ ଅନନ୍ୟ ଇଭେଣ୍ଟର ଅଂଶ ବିଶେଷ ହୋଇଥିବାରୁ ଖୁସି ।

    Maximum 500 characters

    ଖେଳ ଖବର View all

    Find Us on Facebook