Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଶୀତରେ ଖାଦ୍ୟପାନୀୟ ସତର୍କତା

    Share on :
    ajab-Image
    Date: Nov 27, 2019    Views: 200

    ଅଧିକାଂଶ ଲୋକଙ୍କର ମୁଖ୍ୟ ଅଭିଯୋଗ ଯେ ଶୀତ ଋତୁରେ ଭୋକ ଶୀଘ୍ର ହେଉନଥିବା ବେଳେ ଖାଦ୍ୟ ମଧ୍ୟ ଭଲ ଭାବେ ହଜମ ହୁଏନାହିଁ । ଏଣୁ ଭୋଜନ କଲାବେଳେ ସତର୍କତା ଅବଲମ୍ବନ କରିବା ଉଚିତ ।
    ଅଧିକ ଛଣାଛଣି ଖାଦ୍ୟ ଖାଇବାରୁ ବର୍ତ୍ତି ରହନ୍ତୁ । ଏହା କାରଣରୁ ଅମ୍ଳ ସମସ୍ୟା ଉପୁଜିପାରେ । ଭୋକ ଲାଗିଲେ ଆପଣ ସାଲାଡ଼ କିମ୍ବା ଫ୍ରୁଟ୍ ଚାଟ ଖାଇପାରନ୍ତି । ଏସବୁ ଘରେ ଖୁବ କମ୍ ସମୟରେ ତିଆରି କରିହେବ ।
    ଏହିଦିନେ ମାଦକ ଦ୍ରବ୍ୟ ଓ ନିଶାସେବନ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ । ନିୟମିତ ଏସବୁ ସେବନ କଲେ ହୃଦଜନିତ ସମସ୍ୟା ହୋଇପାରେ ।
    ଖାଦ୍ୟ ଯେତେ ପରିମାଣରେ ଖାଉଛନ୍ତି, ତା’ଠାରୁ ଅଧିକ ପରିମାଣରେ ପାଣି ମଧ୍ୟ ପିଇବା ଉଚିତ । ଶୀତଦିନେ ଭୋଜନ ପରେ ମିଠା ଖାଇବାକୁ ଇଚ୍ଛା ହୁଏ । ଏଭଳି ସ୍ଥିତିରେ ଆପଣ କୌଣସି ଫଳ କିମ୍ବା ଫ୍ରୁଟ୍ କେକ୍ ଖାଇପାରନ୍ତି ।
    ରାତି ବେଳୋ ଗରିଷ୍ଠ ଭୋଜନ ଏଇ ଋତୁରେ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା କାରଣରୁ ଅମ୍ଳ ସମସ୍ୟା ଉପୁଜିପାରେ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook