Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଶ୍ରମିକଙ୍କୁ ରନ୍ଧା ଖାଦ୍ୟ ଦେବେ ମନ୍ଦିର

    Share on :
    ajab-Image
    Date: May 14, 2020    Views: 3315

    ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି ।  କିଏ ବସରେ ତ କିଏ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଛନ୍ତି ।  ଏହା ସତ୍ତ୍ୱେ ବି ଅଧିକାଂଶ ଲୋକ ଏବେ ବି ବାହାର ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ  କିଏ ସାଇକେଲରେ ତ କିଏ  ଚାଲିଚାଲି ଘରକୁ ଫେରୁନ୍ତି ।  ଭୋକ ଉପାସରେ ଦିନ ରାତି ଚାଲି ଚାଲି ଘରକୁ ଫେରୁଛନ୍ତି । ତେବେ ରାସ୍ତାରେ ଯାଉଥିବା ଶ୍ରମିକମାନଙ୍କୁ ଏଣିକି ବିଭିନ୍ନ ମନ୍ଦିର ରନ୍ଧାଖାଦ୍ୟ ଯୋଗାଇବେ ।  ଏନେଇ ରାଜ୍ୟର ପ୍ରାୟ ୮୦ଟି ମନ୍ଦିର ଟ୍ରଷ୍ଟକୁ ଦେବୋତ୍ତର କମିଶନ ନିଦେ୍ର୍ଧଶ ଦେଇଛନ୍ତି । 

    ତଦନୁଯାୟୀ ଆନ୍ଧ୍ର ପଟୁ ଆସୁଥିବା ଶ୍ରମିକଙ୍କ ଲାଗି ରାୟଗଡ଼ାର ମଝିଘରିଆଣୀ ମନ୍ଦିରକୁ ରନ୍ଧାଖାଦ୍ୟ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି ।  ସେହିପରି ପଶ୍ଚିମବଙ୍ଗ ପଟୁ ଆସୁଥିବା ଶ୍ରମିକଙ୍କୁ ବାଲେଶ୍ୱର କ୍ଷୀରଚୋରା ଗୋପିନାଥ ମନ୍ଦିର ପକ୍ଷରୁ ରନ୍ଧାଖାଦ୍ୟ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ସହଯୋଗରେ ରନ୍ଧାଖାଦ୍ୟ ଦେବାକୁ ମନ୍ଦିର ଟ୍ରଷ୍ଟକୁ ନିଦେ୍ର୍ଧଶ ଦିଆଯାଇଛି । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook