Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଭଦ୍ରକ: ଜାଗରରୁ ଫେରୁଥିବାବେଳେ ମହିଳାଙ୍କୁ ଗଣଦୁଷ୍କର୍ମ

ପୁରୀ: କନକଦୁର୍ଗା ହାଇସ୍କୁଲରେ ଧରାପଡ଼ିଲା ନକଲି ପରୀକ୍ଷାର୍ଥୀ

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଖାଦ୍ୟ ପାନୀୟରେ ଦେଶୀ ଜିନିଷର ବ୍ୟବହାର

    Share on :
    ajab-Image
    Date: Dec 15, 2019    Views: 3080

    ଶୀତଦିନେ ଚା’ରେ ଏହି ସବୁ ଜିନିଷ ପକାଇ ପିଅନ୍ତୁ, ଦୂର ହେବ ଥଣ୍ଡା ସର୍ଦ୍ଧି । ବର୍ତ୍ତମାନ ଶୀତଋତୁ ଚାଲିଛି । ଅନେକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ଋତୁ ପରିବର୍ତ୍ତନ ହେଲେ ଶରୀର ଉପରେ ଏହାର ପ୍ରଭାବ ପଡ଼ିଥାଏ । ଶୀତଦିନେ ବାୟୁମଣ୍ଡଳର ତାପମାତ୍ରା କମିବା କାରଣରୁ ଶରୀରରେ ଥଣ୍ଡା ଏବଂ କାଶ ସମସ୍ୟା ଦେଖାଯାଇଥାଏ ।
    ଚା: ଏହି ସମୟରେ କିଛି ଲୋକଙ୍କୁ ଚା’ପିଇବା ପସନ୍ଦ ଥାଏ । ଶୀତ ଦିନେ ଗରମା ଗରମ ଚା’ପିଇଲେ ଶରୀରକୁ ସୁସ୍ଥ ଅନୁଭବ ହୋଇଥାଏ । ଥଣ୍ଡା, କାଶ ଓ ସର୍ଦ୍ଧି ପାଇଁ ଚିନ୍ତିତ ହେବା ଆବଶ୍ୟକ ନାହିଁ । ଚା’ରେ ଅଦା, ଗୋଲମରିଚ, ଲବଙ୍ଗ ଓ ତୁଳସୀ ପତ୍ର ପକାଇ ପିଇଲେ ଏହା ଶରୀରରୁ ଥଣ୍ଡା ସର୍ଦ୍ଧି ଦୂର କରିଥାଏ ।
    ଅଦା: ଅଦାରେ ଆଣ୍ଟିଇନଫ୍ଲେମେଟୋରୀ ଗୁଣ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ । ଫଳରେ ଶରୀରରେ ଥିବା ସଂକ୍ରମଣ ଦୂର କରିବାରେ ଏହା ସହାୟକ ହୋଇଥାଏ ।
    ଗୋଲମରିଚ: ଗୋଲମରିଚରେ ଆଣ୍ଟି ଇନଫ୍ଲେମେଟୋରୀ ଗୁଣ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ । ଏଥିରେ ଭିଟାମିନ ସି ମଧ୍ୟ ଥାଏ । ଯାହା ଶରୀରକୁ ରୋଗ ପ୍ରତିରୋଧ କ୍ଷମତା ଯୋଗାଇଥାଏ ।
    ଲବଙ୍ଗ: ଲବଙ୍ଗ ଶରୀରରୁ ସଂକ୍ରମଣକୁ ଦୂର କରିବାରେ ସହାୟକ ହୋଇଥାଏ । ଶରୀରରୁ ଏହା ମଧ୍ୟ ଥଣ୍ଡା ସର୍ଦ୍ଧି ଦୂର କରିଥାଏ ।
    ତୁଳସୀ: ତୁଳସୀ ବ୍ୟବହାର ଶୀତଦିନେ ଆୟୁର୍ବେଦିକ ଔଷଧ ଭଳି କାମ କରିଥାଏ । ତୁଳସୀ ଶରୀରରୁ ବ୍ୟାକ୍ଟେରିଆ ଓ ସଂକ୍ରମଣ ଦୂର କରିବାରେ ସହାୟକ ହୋଇଥାଏ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook