Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ

    Share on :
    ajab-Image
    Date: Oct 18, 2020    Views: 2709

    ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।  ତେବେ ସମ୍ଭାବ୍ୟ ବନ୍ୟାକୁ ଦେଖି ଏହାର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ରହିଛି ।  ଜଳସମ୍ପଦ ବିଭାଗର ପ୍ରସ୍ତୁତି ନେଇ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇ କହିଛନ୍ତି ଯେ,  ବଂଶଧାରା, ନାଗାବଳୀ ଓ ଋଷିକୂଲ୍ୟା ରିଜର୍ଭୟରୁ ଜଳ ଖାଲି କରାଯାଇଛି ।  ଜଳସ୍ତର ୮୦%ରୁ କମାଇ ୬୫ରୁ ୭୦% ରଖାଯାଇଛି । ୮ଟି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତି କରାଯାଇଛି ।  ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନାରେ ପ୍ରତିକାର ଲାଗି ସରଞ୍ଜାମ ପ୍ରସ୍ତୁତ ରଖାଯାଇଛି ବୋଲି   ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।

    ପ୍ରକାଶ ଯେ,  ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତାକାଲି ଠାରୁ ୨୩ ତାରିଖ ଯାଏଁ ବର୍ଷା ହେବ  ।  ଏନେଇ ଆସନ୍ତା ଉପକୂଳ ଓଡ଼ିଶା ସମେତ ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା  ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ।  ଏସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ  ସତର୍କ ସୂଚନା ପ୍ରଦାନ କରାଯାଇଛି ।  ଆସନ୍ତା ୨୩ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ସମୁଦ୍ର ଅଶାନ୍ତ ରହିବା ଯୋଗୁଁ କାଲି ଠାରୁ ୨୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି । 

     

    Maximum 500 characters

    ତାଜା ଖବର View all

    Find Us on Facebook