Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ରାଜ୍ୟ ଖବର

ମୁଖ୍ୟ ଖବର

    ୭ଟି ଶ୍ରେଣୀରେ ବିମାନ ଉଡ଼ା ସ୍ଥିର

    Share on :
    ajab-Image
    Date: May 22, 2020    Views: 4034

    ଭୁବନେଶ୍ୱର: ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଗଷ୍ଟ ୨୪ ପର୍ଯ୍ୟନ୍ତ ଏକ ତୃତୀୟାଂଶ ବିମାନ ଉଡାଣକୁ ଅନୁମତି ଦେଇଥିବା ବେଳେ ଏହି ସମୟରେ ଯେପରି ବିମାନ ଭଡ଼ା ଅଧିକ ନ ରୁହେ ସେଥିପାଇଁ ଉଡ଼ାଣ ସମୟକୁ ନେଇ ଭଡ଼ା ଧାର୍ଯ୍ୟ କରିଛି । ଦେଶର ବିଭିନ୍ନ ରୁଟରେ ଉଡ଼ାଣ କରୁଥିବା ବିମାନର ସମୟକୁ ନଜରରେ ରଖି ୭ଟି ଶ୍ରେଣୀରେ ବିମାନ ଉଡ଼ା ସ୍ଥିର ହୋଇଛି ।
    ୪୦ ମିନିଟରୁ କମ ସମୟ ଉଡ଼ାଣ ପାଇଁ ୨ ହଜାରରୁ ୬ ହଜାର ଟଙ୍କା, ୪୦ ରୁ ୬୦ ମିନିଟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ୨୫୦୦ ରୁ ୭୫୦୦, ୬୦ ରୁ ୯୦ ମିନିଟ ପର୍ଯ୍ୟନ୍ତ ବିମାନ ଭଡ଼ା ୩୦୦୦ ରୁ ୯୦୦୦, ୯୦ ରୁ ୧୨୦ ମିନିଟ ପର୍ଯ୍ୟନ୍ତ ବିମାନ ଭଡ଼ା ୩୫୦୦ ରୁ ୧୦୦୦୦, ୧୨୦ ରୁ ୧୫୦ ମିନିଟ ପାଇଁ ୪୫୦୦ ରୁ ୧୩୦୦୦, ୧୫୦ ରୁ ୧୮୦ ମିନିଟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ୫୫୦୦ ରୁ ୧୫,୭୦୦, ୧୮୦ ମିନିଟରୁ ୨୧୦ ମିନିଟ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ୬୫୦୦ ରୁ ୧୮୬୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ରହିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଯେଉଁ ଭଡ଼ା ସ୍ଥିର କରିଛି ସେଥିରେ ଭୁବନେଶ୍ୱରରୁ ଛଡ଼ାଣ କରୁ୍ଥିବା ବିମାନଗୁଡ଼ିକର ଭଡ଼ା ଅଢେ଼ଇ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ । କାରଣ ଏଠାରୁ ଉଡ଼ାଣ କରୁଥିବା ସମସ୍ତ ବିମାନ ୧ ଘଣ୍ଟାରୁ ୨ ଘଣ୍ଟା ମଧ୍ୟରେ ଯାତ୍ରା କରୁଛି ।
    ମନ୍ତ୍ରଣାଳୟ ପକ୍ଷରୁ ଦେଶର ସବୁଠୁ ବ୍ୟସ୍ତବହୁଳ ଏବଂ ଅଧିକ ଭଡ଼ା ରହୁଥିବା ରୁଟ୍ ମୁମ୍ବାଇ-ଦିଲ୍ଲୀର ଉଦାହରଣ ଦେଇ କୁହାଯାଇଛି ଯେ, ଏହି ରୁଟ୍ରେ ବିମାନ ଭଡ଼ା ୩୫୦୦ ଟଙ୍କାରୁ ୧୦ ହଜାର ଟଙ୍କା ଭିତରେ ରହିବ ।  ୪୦% ଟିକେଟ୍ ୬୫୦୦ ୭ ହଜାର ଟଙ୍କା ଭିତରେ ବିକି୍ର ହେବ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook