Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏମିତି କରନ୍ତୁ ମାଛମଞ୍ଜି ଚଟ୍‍ପଟା

    Share on :
    ajab-Image
    Date: Oct 18, 2020    Views: 2404

    ମାଛମଞ୍ଜିକୁ ପ୍ରାୟତଃ କେବଳ ବରା କରି ଖାଇଥାନ୍ତି। ଏହାକୁ ବ୍ୟବହାର କରି ଆହୁରି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିପାରିବେ।

    ଆବଶ୍ୟକ ସାମଗ୍ରୀ:
    ମାଛମଞ୍ଜି (ବିହନ)- ୩୦୦ ଗ୍ରାମ
    ତେନ୍ତୁଳି- ୮/୯ ପୁଟ
    ଅଳ୍ପ ଭୁର୍ସୁଙ୍ଗାପତ୍ର
    ୩୦/୪୦ ଗ୍ରାମ ସୋରିଷ
    ୬/୭ଟି ଶୁଖିଲା ଲଙ୍କା
    ବଡ ଚାମଚରେ ୨ଚାମଚ ଗୁଡ/ଚିନି (ସ୍ୱାଦ ଅନୁଯାୟୀ)
    ଛୋଟ ଚାମଚରେ ୧ଚାମଚ ହଳଦି ଗୁଣ୍ଡ
    ଆବଶ୍ୟକତା ଅନୁସାରେ ତେଲ ଓ ଲୁଣ

    ପ୍ରସ୍ତୁତି: ଚୁଲିରେ ଏକ ପ୍ୟାନ୍‍ ବସାଇ ସେଥିରେ ତେଲ ଗରମ କରିବେ। ମାଛମଞ୍ଜିକୁ ଧୋଇ ଲୁଣ ଏବଂ ହଳଦି ଗୁଣ୍ଡ ଦେଇ ଛୋଟଛୋଟ ଗୁଳା କରି ଭଲଭାବେ ଭାଜି ଦିଅନ୍ତୁ। ସୋରିଷ ଓ ଲଙ୍କାକୁ ଗ୍ରାଇଣ୍ଡରରେ ବାଟି ପେଷ୍ଟ କରିଦେବେ। ନିଜ ସ୍ୱାଦ ଅନୁସାରେ ତେନ୍ତୁଳିର ପରିମାଣ ପାଣିରେ ଭିଜାଇ ରଖିଥିବେ। ଏବେ ପ୍ୟାନ୍‍ରେ ପୁଣି ତେଲ ଗରମ କରି ସେଥିରେ ଶୁଖିଲା ଲଙ୍କା ଓ ଅଳ୍ପ ସୋରିଷ ଫୁଟାଇବା ସହ ଭୁର୍ସୁଙ୍ଗା ପତ୍ର ପକାଇ ମାଛ ମଞ୍ଜି ଭଜାଗୁଡିକୁ ବି ପକାଇ ୨ମିନିଟ୍‍ ଖରଡି ଦିଅନ୍ତୁ। ତେନ୍ତୁଳିକୁ ଚକଟି ସେହି ପାଣି ଏବଂ ବଟା ସୋରିଷ ଏଥିରେ ପକାଇଦେବେ। ସ୍ୱାଦ ଅନୁସାରେ ଲୁଣ ଓ ଗୁଡ କିମ୍ବା ଚିନି ବି ମିଶାଇଦେବେ। କିଛି ସମୟ ଫୁଟିବା ପରେ ପ୍ୟାନ୍‍କୁ ଓହ୍ଲାଇ ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ମାଛମଞ୍ଜି ଚଟ୍‍ପଟା।

    Maximum 500 characters

    ବିଶେଷ View all

    Find Us on Facebook